• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଯୁକ୍ତ ତିନି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍

Byodishri Live

Sep 19, 2026

ଭୁବନେଶ୍ୱର: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ ଥମିନଥିବା ବେଳେ ଓଡ଼ିଶାର ଯୁକ୍ତ ତିନି ପରୀକ୍ଷାକୁ ନେଇ ଆସିଛି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରଶ୍ନପତ୍ର ପହଞ୍ଚିଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆଜି ଯୁକ୍ତ ତିନି ବାଣିଜ୍ୟ ବିଭାଗର ପରିସଂଖ୍ୟାନ ପରୀକ୍ଷା ଚାଲିଥିବା ବେଳେ, ଗତକାଲି ରାତିରୁ କିଛି ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରଶ୍ନପତ୍ର ପହଞ୍ଚିଥିବା ଅଭିଯୋଗ ସାମ୍ନାକୁ ଆସିଛି।

କେବଳ ପ୍ରଶ୍ନପତ୍ର ନୁହେଁ, ପ୍ରଶ୍ନ ସହ ଉତ୍ତର ମଧ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ପ୍ରଶ୍ନପତ୍ର ପ୍ରକୃତରେ ଲିକ୍ ହୋଇଛି କି ନାହିଁ, ଏହା କିପରି ବାହାରକୁ ଆସିଲା ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ନେଇ ଏବେ ପ୍ରଶ୍ନ ଉଠିଛି।

ଅନ୍ୟପଟେ, ପରୀକ୍ଷା ଚାଲିଥିବା ସମୟରେ ପରିସଂଖ୍ୟାନ ବିଷୟର ପ୍ରଶ୍ନପତ୍ର ସାମ୍ନାକୁ ଆସିଥିବା ଦାବି କରାଯାଉଛି। ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *