• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସରେ ଯୁବକ ଗୁରୁତର

Byodishri Live

Sep 19, 2026

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧୀନ ପଣ୍ଡକିଟାଲ ଜଙ୍ଗଲରେ ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସରେ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ପୁଟୁରୁପାଳି ଗ୍ରାମର ସୂର୍ଯ୍ୟ କୁମାର ଭୋଇ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସୂର୍ଯ୍ୟ କୁମାର ତାଙ୍କ ଭାଇ ରାଜ କୁମାର ଓ ମହେନ୍ଦ୍ର ବେହେରାଙ୍କ ସହ ପଣ୍ଡକିଟାଲ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। ସେଠାରେ ସୂର୍ଯ୍ୟ କାଠ କାଟୁଥିବା ସମୟରେ ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।

ଭାଇ ରାଜ କୁମାର ତାଙ୍କୁ ବିଦ୍ୟୁତ ତାରରେ ଲାଗିଥିବା ଦେଖି ଏକ ବାଡ଼ି ସାହାଯ୍ୟରେ ତାରକୁ ହଟାଇଥିଲେ। ଏହାପରେ ସୂର୍ଯ୍ୟ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଉଲୁଣ୍ଡା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଆଘାତ ହୋଇଥିବାରୁ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ପରେ ବରାହ ଶିକାର ପାଇଁ ଜଙ୍ଗଲରେ ବିଦ୍ୟୁତ ଫାସ ବିଛାଯାଇଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ଏଭଳି ବେଆଇନ ବିଦ୍ୟୁତ ଫାସ ବ୍ୟବହାର ଉପରେ ରୋକ୍ ଲଗାଇବା ସହ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *