କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଇଲି ଗ୍ରାମରେ ମଦ ବିକ୍ରି ଓ ମଦ୍ୟପାନ ବନ୍ଦ କରିବା ଦାବିରେ ଗ୍ରାମବାସୀ ପୋଲିସ ଥାନା ଓ ବିଡିଓଙ୍କ ନିକଟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ମଦ ବିକ୍ରି ଯୋଗୁଁ ବିଭିନ୍ନ ସାମାଜିକ ସମସ୍ୟା ସୃଷ୍ଟି ହେଉଛି। ଏହାର ପ୍ରଭାବ ପରିବାର ଓ ଯୁବପିଢ଼ି ଉପରେ ପଡ଼ୁଥିବା ଅଭିଯୋଗ କରି ମଦ ବିକ୍ରି ବନ୍ଦ କରିବା ସହ ଅବୈଧ ମଦ କାରବାର ଉପରେ ନଜର ରଖି ଆଇନାନୁଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଏନେଇ ଗ୍ରାମବାସୀ ପୋଲିସ ଥାନା ଓ ବିଡିଓଙ୍କୁ ଦାବିପତ୍ର ଦେଇ ଗ୍ରାମରେ ମଦ ବିକ୍ରି ଉପରେ ତୁରନ୍ତ ରୋକ୍ ଲଗାଇବା ସହ ନିୟମିତ ଯାଞ୍ଚ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଗ୍ରାମବାସୀଙ୍କ ଦାବି ଉପରେ ପୋଲିସ ଓ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ଏବେ ତାହା ଉପରେ ନଜର ରହିଛି।
