• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବୌଦ୍ଧରେ ମୋବାଇଲ୍ ନେଟୱର୍କ ସମସ୍ୟା, ଟାୱାରକୁ ତେଲ ନେଇ ଆସିଥିବା ଗାଡ଼ି ଅଟକାଇଲେ ଗ୍ରାମବାସୀ

Byodishri Live

Sep 22, 2026

ବୌଦ୍ଧ: ମୋବାଇଲ୍ ନେଟୱର୍କ ସେବାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ବୌଦ୍ଧ ଜିଲ୍ଲାର କିଛି ଉପାନ୍ତ ଅଞ୍ଚଳରେ ନିୟମିତ ମୋବାଇଲ୍ ସେବା ମିଳୁନଥିବା ଅଭିଯୋଗ କରି ଗ୍ରାମବାସୀ ଜିଓ ଟାୱାରକୁ ତେଲ ନେଇ ଆସିଥିବା ଏକ ଗାଡ଼ିକୁ ଅଟକ ରଖିଥିବା ଜଣାପଡ଼ିଛି।

ତଲଙ୍ଗା, ଅନେଡିଗଡ଼ ଓ ଶଗଡ଼ା ଭଳି ଅଞ୍ଚଳରେ ମୋବାଇଲ୍ ନେଟୱର୍କକୁ ନେଇ ଦୀର୍ଘଦିନ ଧରି ସମସ୍ୟା ରହିଥିବା ଅଭିଯୋଗ ହୋଇଛି। ନେଟୱର୍କ ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ସେବା ସହ ଯୋଗାଯୋଗ କରିବାରେ ମଧ୍ୟ ଲୋକେ ଅସୁବିଧାରେ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ବାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଏକପଡ଼ା ଗ୍ରାମରେ ଥିବା ଜିଓ ଟାୱାର ନିକଟରେ ଉତ୍ତେଜନା ଦେଖାଦେଇଥିଲା। ଟାୱାରକୁ ତେଲ ପକାଇବା ପାଇଁ ଆସିଥିବା ଗାଡ଼ିକୁ ଗ୍ରାମବାସୀ ଅଟକାଇଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଟାୱାରର ସେବା ନିୟମିତ ରହୁନାହିଁ। କେତେବେଳେ ନେଟୱର୍କ ଚାଲୁ ରହୁଥିବା ବେଳେ ଆଉ କେତେବେଳେ ସେବା ବନ୍ଦ ହୋଇଯାଉଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଜରୁରୀ ସମୟରେ ପରିବାର, ଆତ୍ମୀୟସ୍ୱଜନ ଓ ଜରୁରୀ ସେବା ସହ ଯୋଗାଯୋଗରେ ସମସ୍ୟା ହେଉଛି।

ଦୀର୍ଘଦିନର ଏହି ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ସମ୍ପୃକ୍ତ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରଶାସନ ଏନେଇ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *