• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

Byodishri Live

Sep 22, 2026

ଶଙ୍କରାଖୋଲ (ଓଡ଼ିଶ୍ରୀ ସମ୍ବାଦ): ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡ଼ାସ୍ଥିତ ପିଏମ୍‌ଶ୍ରୀ ବରଡ଼ାବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ‘ସେବା ଓ ସମର୍ପଣ’ ବାର୍ତ୍ତାକୁ ନେଇ ବକ୍ତୃତା, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ନିଜର ବକ୍ତୃତା ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ବକ୍ତୃତା/ବିତର୍କ ପ୍ରତିଯୋଗିତାରେ ହରିପ୍ରିୟା ବେହେରା ପ୍ରଥମ, ଅଞ୍ଚନା ଦାସ ଦ୍ୱିତୀୟ ଏବଂ ଜସ୍ମିତା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ରୋହନ ମଲ୍ଲିକ ପ୍ରଥମ, ସ୍ନାନ ତପସ୍ୟା କହଁର ଦ୍ୱିତୀୟ ଏବଂ ଜସ୍ମିତା ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ସାହାଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ଅତିଥିମାନଙ୍କ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସଫଳ କରିବାରେ ଚକାପାଦ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁକାନ୍ତ କୁମାର ଦାସ, ଏସ୍‌ସି ମୋର୍ଚ୍ଚା ସଭାପତି ଶତୃଘ୍ନ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *