କରଞ୍ଜିଆ (ଓଡ଼ିଶ୍ରୀ ସମ୍ବାଦ): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଦୀର୍ଘଦିନ ଧରି ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗରେ କରଞ୍ଜିଆ ପୁଲିସ ଜଣେ ହିନ୍ଦୀ ଶିକ୍ଷକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପ୍ରିତିରଞ୍ଜନ ମହାନ୍ତ।
ଅଭିଯୋଗ ଅନୁସାରେ, କରଞ୍ଜିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ପ୍ରିତିରଞ୍ଜନ ଦୀର୍ଘ ସମୟ ଧରି ତାଙ୍କ ସହ ସମ୍ପର୍କ ରଖିଥିଲେ। ପରେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କର ଏକ ସନ୍ତାନ ଥିବା କଥା ମଧ୍ୟ ଅଭିଯୋଗକାରିଣୀ ଯୁବତୀ ଜାଣିନଥିବା ଅଭିଯୋଗରେ ଦର୍ଶାଯାଇଛି।
ଅଭିଯୋଗରେ ଆହୁରି କୁହାଯାଇଛି ଯେ, ବିବାହ ପରେ ମଧ୍ୟ ଅଭିଯୁକ୍ତ ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ସମ୍ପର୍କ ରଖିଥିଲେ। ଘଟଣାକୁ ନେଇ ଯୁବତୀଙ୍କ ପକ୍ଷରୁ କରଞ୍ଜିଆ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପରେ ପୁଲିସ ପ୍ରିତିରଞ୍ଜନ ମହାନ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି।
