• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

Byodishri Live

Sep 28, 2026

କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ, କେନ୍ଦୁଝର ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ପୁରୁଣାବଜାରସ୍ଥିତ ଶାନ୍ତି ସରୋବରଠାରେ ଏକଦିନିଆ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର ଜିଲ୍ଲା ବ୍ରହ୍ମକୁମାରୀ କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ଭଉଣୀ ବିନ୍ଦୁ ଓ ଧରଣୀଧର ବିଶ୍ୱବିଦ୍ୟାଳୟର କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ଅତିଥିମାନଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ।

କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ତଥା ଭୂମିକା ଅନୁଷ୍ଠାନର ପରାମର୍ଶଦାତା ଶ୍ରୀ ଭକ୍ତବତ୍ସଳ ମହାନ୍ତି ଓ ଭୂମିକା ଅନୁଷ୍ଠାନର ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେନା ଶିବିର ପରିଚାଳନା କରିଥିଲେ।

ଭୂମିକା ଚକ୍ଷୁ ଚିକିତ୍ସାଳୟର ଅପ୍ଟୋମେଟ୍ରିଷ୍ଟ ଲଲିମା ଜେନା, ଜିଏନ୍‌ଏମ୍‌ ଲଭଲି ରାମ, ଭିଜନ ଟେକ୍ନିସିଆନ୍‌ ପ୍ରିୟଙ୍କା ପ୍ରଧାନ, ସ୍ୱାସ୍ଥ୍ୟସେବକ ସଚିନ ହେମ୍ରମ ଓ ସ୍ୱାସ୍ଥ୍ୟ ସଂଗଠକ ସରୋଜ ବାରିକ ପ୍ରମୁଖ କେନ୍ଦୁଝର ପୌରାଞ୍ଚଳର ବିଭିନ୍ନ ବସ୍ତିରୁ ଆସିଥିବା ୧୧୨ ଜଣଙ୍କ ଚକ୍ଷୁ ପରୀକ୍ଷା କରି ପ୍ରାଥମିକ ଚିକିତ୍ସାସେବା ଯୋଗାଇଥିଲେ।

ଶିବିରରେ ୨୨ ଜଣ ବରିଷ୍ଠ ରୋଗୀଙ୍କଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି। ଏଥିସହ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ୨୫ ଜଣ ବରିଷ୍ଠ ନାଗରିକଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା।

ଶିବିର ପରିଚାଳନାରେ ବ୍ରହ୍ମକୁମାରୀ ଭଉଣୀ ପ୍ରତିଭା, ମିନତୀ, ଜୟଶ୍ରୀ, ଭାଇ କୁଳମଣି, ଲୋକନାଥ ଓ ସୁମନ୍ତ ସହଯୋଗ କରିଥିଲେ। ସେହିପରି କେଡି ଟ୍ରଷ୍ଟର ସ୍ୱେଚ୍ଛାସେବୀ ଭାଗୀରଥି ମହାନ୍ତି, ମନୋଜ ମହାନ୍ତ ଓ ହିମାଂଶୁ ପାତ୍ର ରୋଗୀମାନଙ୍କ ଯାତାୟାତ ଓ ଶୃଙ୍ଖଳିତ ଭାବେ ଚକ୍ଷୁ ପରୀକ୍ଷା କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *