• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧର୍ମଶାଳାରେ ବିଜେଡି ଛାଡ଼ି ଶତାଧିକ କର୍ମୀଙ୍କ ବିଜେପିରେ ଯୋଗଦାନ

Byodishri Live

Nov 6, 2026

ପୁରୁଣାବୋଉଳମାଳ ପଞ୍ଚାୟତରେ ମିଶ୍ରଣ ପର୍ବ; ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ନୂତନ କର୍ମୀଙ୍କୁ ସ୍ୱାଗତ

ଧର୍ମଶାଳା, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଣାବୋଉଳମାଳ ଗ୍ରାମପଞ୍ଚାୟତରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡି ଛାଡ଼ି ଶତାଧିକ କର୍ମୀ ବିଜେପିରେ ଯୋଗଦେଇଥିବା ଦଳ ପକ୍ଷରୁ ଦାବି କରାଯାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ଏହି ଯୋଗଦାନ କାର୍ଯ୍ୟକ୍ରମ ହୋଇଥିଲା।

ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ବିଧାୟକ ଶ୍ରୀ ସାହୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ବିଜେପିର ନୀତି, ଆଦର୍ଶ ଓ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେମାନେ ଦଳରେ ଯୋଗଦେଇଥିବା ଦଳୀୟ ସୂତ୍ରରୁ କୁହାଯାଇଛି।

ଏହି ଅବସରରେ ବିଧାୟକ ହିମାଂଶୁ ଶେଖର ସାହୁ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଧର୍ମଶାଳାର ବିକାଶ ଓ ଜନସେବା ପାଇଁ ଏକତ୍ରିତ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଯୋଗଦାନ ଫଳରେ ପୁରୁଣାବୋଉଳମାଳ ପଞ୍ଚାୟତ ସମେତ ଧର୍ମଶାଳା ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଜେପି ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି। ନୂତନ କର୍ମୀଙ୍କ ଯୋଗଦାନକୁ ନେଇ କାର୍ଯ୍ୟକ୍ରମରେ ଉତ୍ସାହ ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *