ଶଙ୍କରାଖୋଲ (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ମା’ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଗଜଲକ୍ଷ୍ମୀ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ପୂଜା ପାଇଁ ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ଓ ବିଭିନ୍ନ ଦେବାଦେବୀଙ୍କ ସ୍ମରଣ ସହ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା।
ଏହି ଅବସରରେ ଘଣ୍ଟ, ବାଜା ଓ ବାଇଦର ତାଳେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ପରିଷଦର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।
ପରିଷଦର ସଭାପତି ଚରଣ ଦିଗାଳ, ଉପସଭାପତି କିରାଏଁ ପ୍ରଧାନ, ସମ୍ପାଦକ ଚିତ୍ର କହଁର, ସହସମ୍ପାଦକ ରାଜେନ୍ଦ୍ର କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଅଶୋକ କୁମାର ମଲିକ, ଉପଦେଷ୍ଟା ସତ୍ୟଜିତ ବିକ୍ରମ ଦିଗାଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ପରିଷଦ ପକ୍ଷରୁ ସୂଚନା ଅନୁଯାୟୀ, ଚଳିତ ମାସ ୨୫ ତାରିଖରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ ନଭେମ୍ବର ୪ ତାରିଖରେ ଶେଷ ହେବ। ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ବଣ୍ଟନ କରାଯିବା ନେଇ ଆୟୋଜକଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି।
କାର୍ଯ୍ୟକ୍ରମକୁ ବାବୁଲା ପ୍ରଧାନ, ବନିତା ପ୍ରଗତି ଦାସ, ଟୁଟୁ ପଣ୍ଡା, ମାନସ ବେହେରା, ଗୋପାଳ ବାରିକ, ସର୍ବେଶ୍ୱର କହଁର, ଚିଲୁ ବେହେରା, କୁନା ଦିଗାଳ, ସୁଧୀର କହଁର, ଅରୁଣ ମହାରଣା, ମିଥୁନ ଦିଗାଳ, ମଳୟ ବେହେରା, ଲଣ୍ଡା ପାଢ଼ୀ, କୈଳାଶ କହଁର, ଗଙ୍ଗା ପାଢ଼ୀ, ରାଧାକାନ୍ତ ବେହେରା, ବାବୁନା ଦିଗାଳ, ମୁନା ଦିଗାଳ, ପ୍ରହ୍ଲାଦ ପ୍ରମୁଖ ସହଯୋଗ କରିଥିଲେ।
