• Thu. Mar 19th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପ୍ରତିଶୃତି ଦେଇ ବର୍ଷେ ପୁରୀ ଯାଇ ଥିଲେ ମଧ୍ୟ୍ୟ ବିଧବା ଭତା ରୁ ବଞ୍ଚିତ ରହିଲେ ହିତାଧିକାରୀ

ସ୍ୱାମୀ ର ମୃତ୍ୟୁ ହୋଇ ବର୍ଷେ ବିତି ଯାଇ ଥିଲେ ସୁଦ୍ଧା ମିଳି ପାରୁ ନାହିଁ ବିଧବା ଭତ୍ତା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡଟେମିରି ଗ୍ରାମ ପଂଚାୟତ ରେ ସୂଚନା ମୁତାବକ ଜଳନ୍ଧର ଶବର( 47)କିଡ଼ନୀ ସମସ୍ୟା ରେ ସଜ୍ଜା ସାଇ ଥିଲେ.ଦିଗତ କିଛି ମାସ ଅତି କ୍ରମ କରିବା ପରେ ସଜ୍ଜା ସାଇ ରୁ ମୃତ୍ୟୁ ମୁଖକୁ ଚାଲି ଯାଇ ଥିଲେ.ତାଙ୍କ ସ୍ତ୍ରୀ
ସୁଲୟା ଶବର (45)ଓ ନାବାଳକ ତ୍ରି ଭୁବନ ଶବର (13)ସ୍ୱାମୀ ମୃତ୍ୟୁ ପରେ ରୋଜଗାର ପନ୍ଥା ହରେଇ ଥିଲେ.କିଛି ଦିନ ବିତିବା ପରେ ଦୁଇ ମା ପୁଅ ଅଭାବ ଅନାଟନରେ ଦୁଇ ପ୍ରାଣୀ କୁଟୁମ୍ବ ଚଳୁ ଥିବା ବେଳେ ଏ ନେଇ ବିଧବା ଭତା ପାଇଁ ବଡ଼ ଟେମିରି ଗ୍ରାମ ପଂଚାୟତ ର ଦ୍ୱାରସ୍ତ ହୋଇ ଅନଲାଇନ କରି ଲିଖିତ ଭାବେ ପଂଚାୟତ ଅଧିକାରୀ ଙ୍କୁ ଜଣାଇ ଥିଲେ.ଅଧିକାରୀ ଖୁବ ଶୀଘ୍ର କରିବା ପାଇଁ ପ୍ରତି ସୃତି ଦେଇ ଥିଲେ.କିନ୍ତୁ ଦିଗତ ବର୍ଷେ ଉପରେ ବିତି ଯାଇ ଥିଲେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ବଞ୍ଚିତ ଅଛନ୍ତି.ପଂଚାୟତ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ପରେ ମଧ୍ୟ୍ୟ ଏ ପର୍ଯ୍ୟନ୍ତ ସୁଫଳ ମିଳି ନାହିଁ.ସରକାର ଏ ପରି ଲୋକଙ୍କ ପାଇଁ ଉନ୍ନତ ମୂଳକ କାର୍ଯ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରୁ ଛନ୍ତି. କିନ୍ତୁ ଏଠାରେ ବାସ୍ତବ ଚିତ୍ର ଅଲଗା ଦେଖିବାକୁ ମିଳୁଛି

Spread the love

Leave a Reply

Your email address will not be published. Required fields are marked *