ଚନ୍ଦାହାଣ୍ଡି, (ଓଡ଼ିଶ୍ରୀ ସମ୍ବାଦ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଖଇରଭାଡ଼ି ଗ୍ରାମରେ ଆଜି Rexlar Welfare Foundation ପକ୍ଷରୁ ଏକ ରାସନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଶ୍ରୀ ରୋମାଞ୍ଚଳ ସାହୁ ଏବଂ ଶ୍ରୀ ତୀରଣ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଇରଭାଡ଼ି ଗ୍ରାମର ୯ ଜଣ ଆବଶ୍ୟକତାସମ୍ପନ୍ନ ବ୍ୟକ୍ତିଙ୍କୁ ବିଭିନ୍ନ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଏହି ମାନବିକ ପଦକ୍ଷେପ ମାଧ୍ୟମରେ ଅସହାୟ ଓ ଆବଶ୍ୟକତାସମ୍ପନ୍ନ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି Rexlar Welfare Foundation। ଏଭଳି ସାମାଜିକ ସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଶା ପ୍ରକାଶ ପାଇଛି।
