• Tue. Mar 17th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ତେନ୍ତୁଳିଗାଁ ଠାରେ ୨୧ ଝାଡବତୀ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” — ଅଲେଖ ମହିମାର ଏହି ପବିତ୍ର ବାଣୀକୁ ସାକ୍ଷୀ କରି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗାଁରେ ଭକ୍ତିମୟ ପରିବେଶରେ ୨୧ ଝାଡବତୀ ଅଖଣ୍ଡ ବ୍ରହ୍ମଯଜ୍ଞ ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି।

ମାନବ ସମାଜର କଲ୍ୟାଣ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟିର ରକ୍ଷା କାମନାରେ ଭରତ ଭତ୍ରା ଓ ଅର୍ଜୁନ ଭତ୍ରାଙ୍କ ପରିବାର ପକ୍ଷରୁ ଏହି ଯଜ୍ଞର ଆୟୋଜନ କରାଯାଇଥିଲା।

ଏହି ଯଜ୍ଞରେ ଶ୍ରୀମତ ଚିନ୍ମୟ ବାବା, ପୀତବାସ ବାବା, ଚନ୍ଦ୍ରମଣି ବାବା, ଘନଶ୍ୟାମ ବାବା, ବନମାଳୀ ବାବା ଓ ସହଦେବ ବାବା ପ୍ରମୁଖ ଯଜ୍ଞ ଘୃତାହୁତି ପ୍ରଦାନ କରିଥିଲେ।

ଅର୍ଜୁନ ଭତ୍ରା, ପୂର୍ଣ୍ଣ ଭତ୍ରା, ଭୀମସେନ ଭତ୍ରା ତଥା ବାଉଁଶ ବେଡା ପରିଚାଳନା କମିଟି ସଦସ୍ୟମାନେ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।

ଏହି ପବିତ୍ର ଅବସରରେ ବିଭିନ୍ନ ଗ୍ରାମ ତଥା ଦୂରଦୂରାନ୍ତରରୁ ଶତାଧିକ ଭକ୍ତମାନେ ଯୋଗଦେଇ ଯଜ୍ଞରେ ସାମିଲ ହୋଇଥିଲେ। ପୂର୍ଣ୍ଣାହୁତି ପରେ ଅର୍ଜୁନ ଭତ୍ରାଙ୍କ ପରିବାର ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ଝରିଗାଁରୁ ମନୋଜ କୁମାରଙ୍କ ରିପୋର୍ଟ।


Spread the love

Leave a Reply

Your email address will not be published. Required fields are marked *