• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପାରିବାରିକ କଳହ ପରେ ମହାନଦୀକୁ ଡେଇଁଲେ ଯୁବକ

Byodishri Live

Jul 30, 2026

ପାରିବାରିକ କଳହ ପରେ ମହାନଦୀକୁ ଡେଇଁଲେ ଯୁବକ, ନିଖୋଜ ଅଗସ୍ଥି ସାହୁ; ଉଦ୍ଧାରକାରୀ ଦଳର ଖୋଜାଖୋଜି ଜାରି

କିଆକଟା, ୩୦ ଜୁଲାଇ: ପାରିବାରିକ କଳହକୁ କେନ୍ଦ୍ର କରି ବୌଦ୍ଧ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ବାଙ୍କପାଳ ଗ୍ରାମର ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ନିଖୋଜ ଯୁବକ ହେଲେ ଅଗସ୍ଥି ସାହୁ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଅଗସ୍ଥି ସାହୁ ଘରୁ ବାହାରି ଯାଇ ମହାନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଘଟଣା ପରଠାରୁ ସେ ନିଖୋଜ ଥିବାବେଳେ ତାଙ୍କର ସନ୍ଧାନ ପାଇଁ ଖୋଜାଖୋଜି ଜାରି ରହିଛି।

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମହାନଦୀରେ ଖୋଜା ଅଭିଯାନ ଚଳାଇଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ କିଆକଟା ଥାନା ପୋଲିସଙ୍କ ପାଖରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ପହଞ୍ଚିନଥିବା ଜଣାପଡ଼ିଛି।

ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ଅଧିକ ତଦନ୍ତ ଏବଂ ସୂଚନାକୁ ଅପେକ୍ଷା କରାଯାଇଛି।
ରିପୋର୍ଟର: ସରୋଜ କୁମାର ପ୍ରଧାନ ସ୍ଥାନ: କିଆକଟା

Spread the love

Leave a Reply

Your email address will not be published. Required fields are marked *