ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ଅଞ୍ଚଳର ଏକ ଜଙ୍ଗଲରୁ ବନ ବିଭାଗ ପକ୍ଷରୁ ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। କୁକୁଡ଼ାବାହାଳି ପଞ୍ଚାୟତ ଅନ୍ତର୍ଗତ ପଟାଖମଣ ଗ୍ରାମ ନିକଟ ଜଙ୍ଗଲରେ କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କୁମ୍ଭୀରକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।
ସୂଚନା ଅନୁଯାୟୀ, ଜଙ୍ଗଲରେ କୁମ୍ଭୀର ଥିବା ଦେଖି ଗ୍ରାମବାସୀ ରେଢ଼ାଖୋଲ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ରେଢ଼ାଖୋଲ ଓ ସମ୍ବଲପୁରର ଉଦ୍ଧାରକାରୀ ଦଳ ସହ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିଲେ।
ତେବେ କୁମ୍ଭୀରଟି ଜଙ୍ଗଲ ଭିତରକୁ କିପରି ଆସିଲା, ସେ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି କୁମ୍ଭୀରକୁ ନେଇ ଆମେ ଭୟଭୀତ ଅବସ୍ଥାରେ ଥିଲୁ ବୋଲି ଗ୍ରାମବାସୀ କହିଛନ୍ତି।
