• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଶିକ୍ଷାବିତ୍ ସୁଜାତା ମିଶ୍ରଙ୍କୁ ମିଳିବ ‘ନବମ ଅଭିମନ୍ୟୁ ପଟ୍ଟନାୟକ ସ୍ମୃତି ସମ୍ମାନ’

Byodishri Live

Oct 24, 2026

ଗଞ୍ଜାମ, (ଓଡ଼ିଶ୍ରୀ ସମ୍ବାଦ): ଗଞ୍ଜାମ ସହରର ବିଶିଷ୍ଟ ଶିକ୍ଷାବିତ୍, ଗାନ୍ଧୀବାଦୀ ତଥା ସମାଜସେବୀ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତିସଭା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମିଶ୍ରଙ୍କୁ ‘ନବମ ଅଭିମନ୍ୟୁ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଆସନ୍ତା ଜାନୁଆରୀ ୧୨ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯିବ।

ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକ ଗଞ୍ଜାମ ଏନ୍‌ଏସି, ଗଞ୍ଜାମ ମହାବିଦ୍ୟାଳୟ, ଗଞ୍ଜାମ ତହସିଲ, ଭାରତୀବିଦ୍ୟା ପୀଠ ଷ୍ଟାଡିୟମ, ଗଞ୍ଜାମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଭଳି ବିଭିନ୍ନ ଅନୁଷ୍ଠାନର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଗଞ୍ଜାମ ଏନ୍‌ଏସିକୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା।

ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଆୟୋଜିତ ସ୍ମୃତିସଭାରେ ଉପସ୍ଥିତ ଅତିଥିମାନେ ତାଙ୍କର ସମାଜସେବା, ଶିକ୍ଷା ପ୍ରତି ଅବଦାନ ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ସ୍ମରଣ କରିଥିଲେ।

ସଭାରେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମିଶ୍ର, ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ବିନୋଦଚନ୍ଦ୍ର ମହାପାତ୍ର, ଗଞ୍ଜାମ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ, ‘ଭରସା’ର ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ, ଗଞ୍ଜାମ ପ୍ରେସ୍‌ କ୍ଲବ୍‌ ସଭାପତି ଶବର କୁମାର ତରାଇ, ରାଜ୍ୟ ସାମ୍ବାଦିକ ସଂଘର ଉପଦେଷ୍ଟା ଉମାକାନ୍ତ ବେହେରା ଏବଂ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଦ୍ୟୁତ୍‌ ବିଭାଗର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିପିନଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଏଥିସହ ଶିଶୁମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିହର ପାତ୍ର, କୋଷାଧ୍ୟକ୍ଷ ଲୁଲୁ ମହାପାତ୍ର, ସହସମ୍ପାଦକ ଉମାଶଙ୍କର ଦାଶ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଧର ପ୍ରଧାନ, ଶିକ୍ଷକ ପ୍ରଭାତ ଦାଶ, ସ୍ୱର୍ଗତ ପଟ୍ଟନାୟକଙ୍କ ଏକମାତ୍ର ପୁତ୍ର ପ୍ରଦୀପ୍ତ କୁମାର ପଟ୍ଟନାୟକ, ବୋହୂ ସୁସ୍ମିତା ପଟ୍ଟନାୟକ, ଜ୍ୱାଇଁ ତଥା ଶିକ୍ଷକ ବିପିନଚନ୍ଦ୍ର ପଟ୍ଟନାୟକ, ଯୁବ ସମାଜସେବୀ ଟୁକୁ ମହାନ୍ତି ଏବଂ ସାମ୍ବାଦିକ ବିନୋଦଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

‘ଭରସା’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ସ୍ମୃତି ସମ୍ମାନ ପାଇଁ ସୁଜାତା ମିଶ୍ରଙ୍କ ନାମ ଘୋଷଣା ହେବା ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ଖୁସି ପ୍ରକାଶ କରିଥିଲେ। ଶିଶୁମନ୍ଦିରର ଗୁରୁମା ବନ୍ଦନା ପାଳଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତିସଭାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗୁରୁଜୀ-ଗୁରୁମା, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ ଓ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *