• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଶିକ୍ଷକଙ୍କ ମାଡ଼ ଅଭିଯୋଗ, ନବୋଦୟ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ଗୁରୁତର

Byodishri Live

Sep 10, 2026

ବୌଦ୍ଧ (ଓଡ଼ିଶ୍ରୀ ସମ୍ବାଦ): ଶିକ୍ଷକଙ୍କ ମାଡ଼ରେ ନବୋଦୟ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।

ଅଭିଯୋଗ ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ସମୟରେ ନବୋଦୟ ବିଦ୍ୟାଳୟର ପିଇଟି ଶିକ୍ଷକ ଆଜାଦ ଶତପଥୀ ବାଡ଼ିରେ ଛାତ୍ରଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ବାଡ଼ିଟି ଛାତ୍ରଙ୍କ ମୁହଁରେ ବାଜିଥିବା ଅଭିଯୋଗ ହୋଇଛି।

ଏହାର ପରିଣାମରେ ଛାତ୍ରଙ୍କ ଗୋଟିଏ ଦାନ୍ତ ଭାଙ୍ଗିଯାଇଥିବା ବେଳେ ସାମ୍ନା ଭାଗର ଆଉ କେତେକ ଦାନ୍ତ ହଲୁଥିବା ଜଣାପଡ଼ିଛି। ଆହତ ଛାତ୍ରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଏକ୍ସ-ରେ କରାଯିବ ବୋଲି ଜଣାପଡ଼ିଛି।

ଘଟଣାକୁ ନେଇ ଛାତ୍ରଙ୍କ ପରିବାର ଓ ଅଭିଭାବକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଅଭିଯୋଗ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ଏବଂ ଘଟଣାର ପ୍ରକୃତ କାରଣ କଣ, ତାହାକୁ ନେଇ ଏବେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *