• Wed. Sep 16th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବସ୍‌ଷ୍ଟପ୍ ପାଲଟିଛି ମଦର ଆଡ୍ଡା!ମା’ ବୁଡ଼ୀପଦରେନଙ୍କ ସମ୍ମୁଖରେ ଅସାମାଜିକ କାର୍ଯ୍ୟକଳାପକୁ ନେଇ ଅଭିଯୋଗ

Byodishri Live

Sep 8, 2026


ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ପଞ୍ଚାୟତରେ ଥିବା ବସ୍‌ଷ୍ଟପ୍ ଏବେ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ମା’ ବୁଡ଼ୀପଦରେନଙ୍କ ସମ୍ମୁଖରେ ଥିବା ଏହି ବସ୍‌ଷ୍ଟପ୍‌ରେ ମଦ୍ୟପାନ ଓ ଅସାମାଜିକ କାର୍ଯ୍ୟକଳାପ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ବସ୍‌ଷ୍ଟପ୍ ଏବେ ମଦର ଆଡ୍ଡା ପାଲଟିଥିବା ଅଭିଯୋଗ। ବସ୍‌ଷ୍ଟପ୍ ପରିସରରେ ମଦ ବୋତଲ ଓ ବିଭିନ୍ନ ଅଳିଆ ଆବର୍ଜନା ପଡ଼ିରହୁଥିବାରୁ ପରିବେଶ ମଧ୍ୟ ଦୂଷିତ ହେଉଛି। ଏହା ଦ୍ୱାରା ବସ୍‌କୁ ଅପେକ୍ଷା କରୁଥିବା ଯାତ୍ରୀ, ମହିଳା ଓ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ରହିଛି। ଧାର୍ମିକ ସ୍ଥଳୀ ମା’ ବୁଡ଼ୀପଦରେନଙ୍କ ସମ୍ମୁଖରେ ଏଭଳି ପରିସ୍ଥିତି ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବସ୍‌ଷ୍ଟପ୍‌କୁ ମଦର ଆଡ୍ଡାରୁ ମୁକ୍ତ କରିବା ସହ ନିୟମିତ ଯାଞ୍ଚ ଓ ସଫେଇ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ନିକଟରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *