• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଚଳିବା ପାଇଁ ଅନ୍ୟର ସାହାରା, ଭିନ୍ନକ୍ଷମଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ଦାବି

Byodishri Live

Oct 28, 2026

ନିଜ କାମ ନିଜେ କରିବା ଅସମ୍ଭବ, ସରକାରୀ ସହାୟତା ହିଁ ଏକମାତ୍ର ଆଶା

ଜଗନ୍ନାଥ ପ୍ରସାଦ (ଓଡ଼ିଶ୍ରୀ ସମ୍ବାଦ): ଜୀବନ ଅଛି, ମନରେ ବଞ୍ଚିବାର ଆଶା ମଧ୍ୟ ଅଛି। କିନ୍ତୁ ନିଜ ଗୋଡ଼ରେ ଠିଆ ହେବା ତ ଦୂରର କଥା, ଚଳପ୍ରଚଳ କରିବା ପାଇଁ ମଧ୍ୟ ଆବଶ୍ୟକ ପଡ଼ୁଛି ଅନ୍ୟ ଜଣଙ୍କ ସାହାରା। ଦୈନନ୍ଦିନ ଜୀବନର ପ୍ରତିଟି ପଦକ୍ଷେପରେ ଅନ୍ୟ ଉପରେ ନିର୍ଭରଶୀଳ ଏଭଳି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦୁଃଖ ଓ ସମସ୍ୟାକୁ ନେଇ ଏବେ ଚିନ୍ତା ବଢ଼ିଛି। ଏପରି ସ୍ଥିତିରେ ମାସିକ ଭତ୍ତା ବୃଦ୍ଧି କରି ୩୫୦୦ ଟଙ୍କା କରିବାକୁ ଦାବି ଉଠିଛି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍‌ର କ୍ଷେତମୁଣ୍ଡାଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିସର ଗ୍ରାମର ସନ୍ତୋଷ ପ୍ରଧାନ ଜନ୍ମରୁ ଦିବ୍ୟାଙ୍ଗ। ତାଙ୍କର ଶାରୀରିକ ଅକ୍ଷମତା ୭୦ ପ୍ରତିଶତ ବୋଲି ପ୍ରମାଣପତ୍ର ରହିଥିବା ବେଳେ ସେ ମାସିକ ମାତ୍ର ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି।

ବର୍ତ୍ତମାନର ମହଙ୍ଗା ଯୁଗରେ ଖାଦ୍ୟପେୟ, ଔଷଧ, ଚିକିତ୍ସା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରିବା ଅନେକଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ଶାରୀରିକ ଅକ୍ଷମତା ଯୋଗୁଁ ରୋଜଗାର କରିବାରେ ଅସମର୍ଥ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମସ୍ୟା ଆହୁରି ଜଟିଳ ହେଉଛି। ନିଜର ଦୈନନ୍ଦିନ କାମ ପାଇଁ ଅନ୍ୟର ସହଯୋଗ ଆବଶ୍ୟକ ହେଉଥିବାରୁ ସେମାନଙ୍କ ଜୀବନଯାପନ ଅଧିକ କଷ୍ଟସାଧ୍ୟ ହୋଇପଡ଼ୁଛି।

ଏପରି ପରିସ୍ଥିତିରେ ଦିବ୍ୟାଙ୍ଗଙ୍କ ଆର୍ଥିକ ସୁରକ୍ଷା ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ମାସିକ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହେଉଛି। ସରକାର ଦିବ୍ୟାଙ୍ଗଙ୍କ ବାସ୍ତବ ସମସ୍ୟାକୁ ଗୁରୁତ୍ୱ ଦେଇ ଭତ୍ତା ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *