• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମଶାଣିମୁଣ୍ଡା ବସ୍ତିପଡ଼ାରେ ଭକ୍ତିମୟ ପରିବେଶରେ ୧୭ତମ ମା’ ଗଜଲକ୍ଷ୍ମୀ ପୂଜା

Byodishri Live

Oct 28, 2026

ଭବାନୀପାଟଣା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ର ଲଇତରା ପଞ୍ଚାୟତ ଅନ୍ତର୍ଗତ ମଶାଣିମୁଣ୍ଡା ବସ୍ତିପଡ଼ାରେ ଭକ୍ତି ଓ ଉତ୍ସାହର ସହ ୧୭ତମ ମା’ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ୨୦୦୯ ମସିହାରୁ ଏଠାରେ ମା’ଙ୍କ ପୂଜାର୍ଚ୍ଚନା ହୋଇଆସୁଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂଜାକୁ ନେଇ ଗ୍ରାମରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।

ଧନ, ଐଶ୍ୱର୍ଯ୍ୟ, ସୁଖ ଓ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀଙ୍କ ଆରାଧନା ପାଇଁ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥିଲେ। ମା’ଙ୍କ ପୂଜାର୍ଚ୍ଚନା ସହ ପାରାୟଣ, ଭଜନ ସନ୍ଧ୍ୟା ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିସହ ମ୍ୟୁଜିକ୍ ଚେୟାର, ହାଣ୍ଡି ଫୁଟା ଓ ହୁଳହୁଳି କାର୍ଯ୍ୟକ୍ରମ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।

ପୂଜାରେ ଜଗବନ୍ଧୁ ସାହୁ ଓ ତାଙ୍କ ଧର୍ମପତ୍ନୀ ରୀତା ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୂଜା କମିଟିର ସଭାପତି କିରଣ ନାଏକ ଏବଂ କାର୍ଯ୍ୟକାରୀ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗୌର ସାହୁ, ଭୁପିନ୍ଦର ସାହୁ, ଅଙ୍ଗୁର ନାଏକ, ବିରେନ୍ଦ୍ର ନାଏକ, ଦେବେନ୍ଦ୍ର ସାହୁ, ଲକ୍ଷ୍ମଣ କରୁଆ, ନୀଳାଞ୍ଚଳ ସାହୁ ଓ ଡିଳେଶ୍ୱର ମାଝୀଙ୍କ ସମେତ ଅନ୍ୟ ସହଯୋଗୀମାନେ ପୂଜା ଆୟୋଜନରେ ସହଯୋଗ କରିଥିଲେ।

ଏହି ଅବସରରେ ମା’ଙ୍କ ନିକଟରେ ଅନ୍ନ ପ୍ରସାଦ ଅର୍ପଣ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥିଲା। ଗ୍ରାମବାସୀଙ୍କ ସାମୂହିକ ସହଯୋଗ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ସମ୍ପନ୍ନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *