• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖାର ନୂତନ କାର୍ଯ୍ୟକାରିଣୀ ଗଠିତ

Byodishri Live

Oct 29, 2026

କଟକ (ଓଡ଼ିଶ୍ରୀ ସମ୍ବାଦ) : ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖାର ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଛି। ସାମ୍ବାଦିକମାନଙ୍କ ଅଧିକାର ଓ ସୁରକ୍ଷା ସହ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ନୂତନ କମିଟି କାର୍ଯ୍ୟ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ନୂତନ କାର୍ଯ୍ୟକାରିଣୀରେ ବିକ୍ରମ କିଶୋର ସେନାପତି ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ବେଳେ ପ୍ରଶାନ୍ତ କୁମାର ମହାନ୍ତି ସଭାପତି ଏବଂ ନିରଞ୍ଜନ ପଟ୍ଟନାୟକ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି।

ସେହିପରି ମଣ୍ଟୁ ସାହୁ ଓ ମହେଶ ପାତ୍ର ଉପସଭାପତି, ସିଦ୍ଧାର୍ଥ ଶଙ୍କର ବରାଳ ସହସମ୍ପାଦକ, ମନୋଜ ମହାନ୍ତି କୋଷାଧ୍ୟକ୍ଷ ଏବଂ ଆନନ୍ଦ କୁମାର ଦାସ ସଭା ପରିଚାଳନା ଦାୟିତ୍ୱରେ ମନୋନୀତ ହୋଇଛନ୍ତି।

କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବୁଲୁ ପାତ୍ର, ଗଣେଶ କୁମାର ସାହୁ, ରୁପେଶ ବେହେରା, ଲକ୍ଷ୍ମୀଧର ସାହୁ, ଉପାକାନ୍ତ ଜେନା ଓ ରାଧାକାନ୍ତ ଦାଶଙ୍କ ସମେତ ଅନ୍ୟମାନେ ସାମିଲ ହୋଇଛନ୍ତି।

ବୈଠକରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇ ସଂଗଠନର ଆଭିମୁଖ୍ୟ, ସାମ୍ବାଦିକଙ୍କ ସମସ୍ୟା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ନୂତନ କାର୍ଯ୍ୟକାରିଣୀ ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା ଓ ସଂଗଠନର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *