• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧର୍ମଶାଳା ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Byodishri Live

Nov 1, 2026

ଜାରକା ବିଟ୍‌ ହାଉସ୍‌ରୁ ଥାନା ପର୍ଯ୍ୟନ୍ତ ଗଣଦୌଡ଼, ସନ୍ଧ୍ୟାରେ ନେଲେ ଏକତାର ଶପଥ

ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ପାଳନ କରାଯାଇଛି।

ଏହି ଅବସରରେ ଧର୍ମଶାଳା ଥାନା ଅଧିକାରିଣୀ ଚିନ୍ମୟୀ ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ କର୍ମଚାରୀ ଓ ସ୍ଥାନୀୟ ଯୁବକମାନଙ୍କ ମିଳିତ ଆୟୋଜନରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ହୋଇଥିଲା। ଜାରକା ବିଟ୍‌ ହାଉସ୍‌ଠାରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ଧର୍ମଶାଳା ଥାନା ପର୍ଯ୍ୟନ୍ତ ଯାଇଥିଲା।

ସେହିପରି ସନ୍ଧ୍ୟାରେ ଧର୍ମଶାଳା ଥାନା ପରିସରରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ, ନିର୍ବାଚିତ ଜନପ୍ରତିନିଧି ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ପ୍ରତି ଅବଦାନକୁ ସ୍ମରଣ କରିଥିଲେ।

ଏହି ଅବସରରେ ଦେଶର ଏକତା, ଅଖଣ୍ଡତା, ସଂହତି ଓ ସାମାଜିକ ସଦ୍‌ଭାବନାକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଥିଲା। ଜାତୀୟ ଏକତାର ଭାବନାକୁ ଜନସାଧାରଣଙ୍କ ମଧ୍ୟରେ ଆହୁରି ମଜବୁତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Spread the love

Leave a Reply

Your email address will not be published. Required fields are marked *