(ଓଡ଼ିଶ୍ରୀ ସମ୍ବାଦ): ନନ୍ଦନକାନନରେ ଓରାଙ୍ଗଉଟାନ ଶାବକମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରହିଛି। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ୩ ଜଣ ଓରାଙ୍ଗଉଟାନ ଶାବକଙ୍କଠାରେ ରକ୍ତହୀନତା ଚିହ୍ନଟ ହୋଇଛି। ଏଥିରୁ ଜଣେ ଶାବକଙ୍କଠାରେ ଗୁରୁତର ରକ୍ତହୀନତା ଥିବାବେଳେ ଅନ୍ୟ ୨ ଜଣଙ୍କଠାରେ ସାମାନ୍ୟ ରକ୍ତହୀନତା ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ବୈଷୟିକ କମିଟିର ପରାମର୍ଶକ୍ରମେ ଶାବକମାନଙ୍କୁ ସପୋର୍ଟିଭ୍ ସପ୍ଲିମେଣ୍ଟେସନ୍ ଦିଆଯାଉଛି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।
ଗତକାଲି ଶାବକମାନଙ୍କ ଛାତି, ପେଟ ଓ ଖପୁରୀର ଏକ୍ସ-ରେ କରାଯାଇଥିଲା। ଏଥିସହ ରକ୍ତ, ସିରମ୍ ଏବଂ ନାକରୁ ସ୍ୱାବ୍ ମଧ୍ୟ ସଂଗ୍ରହ କରାଯାଇଛି। ଇନ୍-ହାଉସ୍ ହେମାଟୋଲୋଜି ପରୀକ୍ଷାରୁ ରକ୍ତହୀନତା ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ଅନ୍ୟାନ୍ୟ ପରୀକ୍ଷାର ରିପୋର୍ଟ ଆସିବା ପରେ ଶାବକମାନଙ୍କର ପରବର୍ତ୍ତୀ ଚିକିତ୍ସା ଓ ଆବଶ୍ୟକ ପଦକ୍ଷେପ ନିଆଯିବ।
