ବୌଦ୍ଧ (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ବୌଦ୍ଧ ସହରସ୍ଥିତ ଚନ୍ଦ୍ରଚୂଡ଼ ମନ୍ଦିର ପରିସରରେ ମଧ୍ୟ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ‘ସ୍ୱଚ୍ଛତା ହିଁ ସେବା’ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶ ସ୍ୱଚ୍ଛତା ଓ ସାମାଜିକ ସେବା ପ୍ରତି ଗୁରୁତ୍ୱ ଦିଆଯାଇଥିଲା।
ବିଜେପି ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଜନ୍ମଦିବସ ଅବସରରେ ସ୍ୱଚ୍ଛତା ଓ ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ନେଇ ଆହ୍ୱାନ ଦିଆଯାଇଥିଲା।
