• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭଦ୍ରକ ଚରମ୍ପା ରେଳ ଷ୍ଟେସନ ଫିଡର୍‌ ରୋଡ୍‌ର ଶୁଭ ଉଦ୍‌ଘାଟନ

Byodishri Live

Nov 7, 2026

୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାର ଉଦ୍‌ଘାଟନ କଲେ ରାଜ୍ୟସଭା ସାଂସଦ ମନମୋହନ ସାମଲ

ଭଦ୍ରକ, (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଚରମ୍ପା ରେଳ ଷ୍ଟେସନକୁ ଯାତାୟାତ ସୁବିଧାଜନକ କରିବା ଲକ୍ଷ୍ୟରେ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଫିଡର୍‌ ରୋଡ୍‌ର ଶୁଭ ଉଦ୍‌ଘାଟନ ଗୁରୁବାର ସନ୍ଧ୍ୟାରେ ଚରମ୍ପା ଷ୍ଟେସନ ରୋଡ୍‌ଠାରେ ଅନୁଷ୍ଠିତ ହୋଇଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯାଇଛି।

କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମନମୋହନ ସାମଲ ଉଦ୍‌ଘାଟକ ଭାବେ ଯୋଗଦେଇ ନୂତନ ରାସ୍ତାର ଉଦ୍‌ଘାଟନ କରିଥିଲେ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ସ୍ୱତନ୍ତ୍ର ଅତିଥି ଏବଂ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ ଉପସ୍ଥିତ ଥିଲେ।

ନୂତନ ଫିଡର୍‌ ରୋଡ୍‌ ଦ୍ୱାରା ଚରମ୍ପା ରେଳ ଷ୍ଟେସନକୁ ଯାତାୟାତ ଅଧିକ ସୁଗମ ହେବା ସହ ସ୍ଥାନୀୟ ଅଞ୍ଚଳର ବ୍ୟବସାୟ, ବାଣିଜ୍ୟ ଓ ସାମାଜିକ ବିକାଶରେ ସହାୟତା ମିଳିବ ବୋଲି ଆଶା କରାଯାଉଛି। ଭଦ୍ରକ ସହରର ଯାତାୟାତ ବ୍ୟବସ୍ଥାରେ ଏହି ରାସ୍ତା ଏକ ନୂତନ ସୁବିଧା ଯୋଡ଼ିବ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *