• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପତ୍ରାପାଲି (ଖ) ସରକାରୀ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

Byodishri Live

Nov 7, 2026

ଶିକ୍ଷାର ଭିତ୍ତିଭୂମି ବିକାଶ ଲକ୍ଷ୍ୟରେ ପଦକ୍ଷେପ; କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକପ୍ରତିନିଧି, ଶିକ୍ଷକ ଓ ଅଭିଭାବକ

ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ପତ୍ରାପାଲି (ଖ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଲବଣୀ ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବ୍ଲକ୍‌ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ହଳଦୀ ମଣ୍ଡଳ ସଭାପତି ସୁବାସ ପୋଢ଼, ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ଛତ୍ରିଆ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନ ପ୍ରଧାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ନିର୍ବାଚିତ ଲୋକପ୍ରତିନିଧି, ସିଆର୍‌ସିସି, କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

ଏହି ଆଦର୍ଶ ବିଦ୍ୟାଳୟ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ପିଲାମାନଙ୍କୁ ଉନ୍ନତ ଶିକ୍ଷା ପରିବେଶ ଓ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟ ରହିଛି।

Spread the love

Leave a Reply

Your email address will not be published. Required fields are marked *