• Sat. Nov 7th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାଜକନିକାରେ ୧୦୦୧ ଦୀପ ପ୍ରଜ୍ୱଳନ, ମୋଦିଙ୍କ ଦୀର୍ଘାୟୁ କାମନା

Byodishri Live

Sep 18, 2026

ରାଜକନିକା (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ରାଜ୍ୟର ବିଭିନ୍ନ ବ୍ଲକରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କ୍ରମରେ ରାଜକନିକା ବ୍ଲକରେ ମିଶନ ଶକ୍ତି ଓ ଜୀବିକା ମିଶନର ମିଳିତ ସହଯୋଗରେ ମହିଳାମାନଙ୍କୁ ନେଇ ‘ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ କରାଯାଇଥିଲା।

ସ୍ଥାନୀୟ ଅଶୋକ ବଜାରସ୍ଥିତ ମା’ କନକ ଦୁର୍ଗା ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦୧ଟି ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘ, ନିରାମୟ ଓ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଜକନିକା ବିଡିଓ କୈଳାସ ଚନ୍ଦ୍ର ମହାଳି, ବିପିସି ମୋନାଲିସା ନାୟକ, ଜୀବିକା ମିଶନର ଅଧିକାରୀ ରଞ୍ଜୁଲତା ବେହେରା, ନିହାର ରଞ୍ଜନ ବିଶ୍ୱାଳ ଓ ଏଇ ସୁଧାଂଶୁ ଶେଖର ରାଉତଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।

ମହିଳାମାନଙ୍କ ଦ୍ୱାରା ୧୦୦୧ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ‘ସେବା ସଂକଳ୍ପ ଅଭିଯାନ’ ମାଧ୍ୟମରେ ସାମୂହିକ ଭାବେ ପ୍ରାର୍ଥନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *