• Sun. Nov 8th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବିନିକେୟୀ ପୀଠ ଓ ଦେଉଳଝରିର ବିକାଶ ନେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ସମାଜସେବୀ ଅର୍ଜୁନ ସାହୁ

Byodishri Live

Sep 19, 2026

ଅନୁଗୁଳ: ଆଠମଲ୍ଲିକ ଅଞ୍ଚଳର ପ୍ରମୁଖ ଆଧ୍ୟାତ୍ମିକ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ନେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ସମାଜସେବୀ ଅର୍ଜୁନ ସାହୁ। ଏହି ଅବସରରେ ସେ ଦେଉଳଝରି ଉଷ୍ଣପ୍ରସ୍ରବଣ ଓ ମା’ ବିନିକେୟୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଆଠମଲ୍ଲିକ ଅଞ୍ଚଳର ଏହି ଦୁଇ ପ୍ରମୁଖ ସ୍ଥାନର ଭିତ୍ତିଭୂମି ବିକାଶ, ପର୍ଯ୍ୟଟକଙ୍କ ପାଇଁ ସୁବିଧା ଓ ଅନ୍ୟାନ୍ୟ ଉନ୍ନତିମୂଳକ ପଦକ୍ଷେପ ନେବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମାଜସେବୀ ଅର୍ଜୁନ ସାହୁଙ୍କ ସୂଚନା ଅନୁସାରେ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହି ଦାବିଗୁଡ଼ିକ ନେଇ ଆଲୋଚନା କରିବା ସହ ଖୁବ୍‌ଶୀଘ୍ର ଦେଉଳଝରି ଓ ବିନିକେୟୀ ପୀଠ ପରିଦର୍ଶନ କରି ଉନ୍ନତିକରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଶ୍ୱାସନା ଦେଇଛନ୍ତି।

ଆଠମଲ୍ଲିକ ଅଞ୍ଚଳର ବିକାଶ ପାଇଁ ଏଭଳି ପ୍ରୟାସ ଜାରି ରହିବ ବୋଲି ଅର୍ଜୁନ ସାହୁ କହିଛନ୍ତି। ତେବେ ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ନେଇ ଆଗାମୀ ଦିନରେ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *