ଜି.ଉଦୟଗିରି (ଓଡ଼ିଶ୍ରୀ ସମ୍ବାଦ): ଜି.ଉଦୟଗିରି ଅଞ୍ଚଳରେ ଏସ୍ଆଇଆର୍ ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ପ୍ରତ୍ୟେକ ବୁଥ୍ରେ ଭୋଟର ତାଲିକାର ଅବିକଳ ନକଲ ଲଗାଯାଇଥିବା ସୂଚନା ମିଳିଛି।
ତାଲିକା ପ୍ରସ୍ତୁତି କାର୍ଯ୍ୟରେ ନିର୍ବାଚନ ଅଧିକାରୀ, ତହସିଲଦାର ସମୁଦ୍ର ମିଶ୍ର, ବିଡିଓ ସତ୍ୟନାରାୟଣ ମିଶ୍ର, ଜିପିଡିଓ ଅନିଲ କୁମାର ପଟ୍ଟନାୟକ, ସୁପରଭାଇଜର ଶାନ୍ତନୁ କୁମାର ପ୍ରଧାନ ଓ ରଞ୍ଜିତ କୁମାର ପାଢ଼ୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ସହଯୋଗ କରିଥିଲେ।
ଭୋଟର ତାଲିକାରେ କୌଣସି ଭୁଲ୍ କିମ୍ବା ଅସଙ୍ଗତି ଥିଲେ ଭୋଟରମାନେ ନିୟମ ଅନୁଯାୟୀ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ।
