• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଜ୍ରପାତରେ ନାବାଳିକା ମୃତ, ୭ ଗୁରୁତର

Byodishri Live

Sep 23, 2026

ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିଲା। ଏହି ସମୟରେ ଜଗୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଟିପଡ଼ା ଗ୍ରାମର ଏକ ବିଲରେ ଘାସ ବାଛୁଥିବା ବେଳେ ୮ ଜଣ ମହିଳା ବଜ୍ରପାତର ଶିକାର ହୋଇଥିଲେ।

ବଜ୍ରପାତ ଯୋଗୁଁ ଗୀତାଞ୍ଜଳି ଖର୍ସେଲ (୧୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ସହ ଥିବା କାନ୍ତି ଖର୍ସେଲ (୨୧) ଓ ମଥୁରା ଖର୍ସେଲ (୪୫) ଗୁରୁତର ଆହତ ହୋଇଥିବା ବେଳେ ତିଲୋତ୍ତମା ଖର୍ସେଲ, ଗୁଳାପି ଖର୍ସେଲ, ବର୍ଷା ଖର୍ସେଲ ଓ ପ୍ରୀତି ଖର୍ସେଲ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସେହିପରି ମୃତ ଗୀତାଞ୍ଜଳିଙ୍କ ଭଉଣୀ ରାକ୍ଷୀ ଖର୍ସେଲ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ ଶେଷ ଖବର ସୁଦ୍ଧା ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଘଟଣାକୁ ନେଇ ଭାଟିପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *