ଜଗନ୍ନାଥ ପ୍ରସାଦ (ଓଡ଼ିଶ୍ରୀ ସମ୍ବାଦ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କ୍ଷେତମୁଣ୍ଡାଳୀ ପଞ୍ଚାୟତ ଅଧୀନ ଗ୍ରାମଦେବତୀ ତଳସାହିରେ ବାତ୍ୟା ପ୍ରଭାବରେ ଏକ ଘର ଭୁଶୁଡ଼ି ପଡ଼ିଛି। ଘର ଭିତରେ ଥିବା ଶୁକୁଟି ଜାନୀ ଅଳ୍ପକେ ବିପଦରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ବାତ୍ୟା ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ମଧ୍ୟରେ ହଠାତ୍ ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବା ଯୋଗୁଁ ଭିତରେ ଥିବା ବହୁ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ସଂରକ୍ଷିତ ରଖାଯାଇଥିବା ଚାଉଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଏହାଫଳରେ ଶୁକୁଟି ଜାନୀଙ୍କ ପରିବାର ଆର୍ଥିକ ସମସ୍ୟାରେ ପଡ଼ିଛନ୍ତି। ଘର ଭୁଶୁଡ଼ି ପଡ଼ିବା ପରେ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ନିରାପଦ ସ୍ଥାନ ମିଳୁନଥିବାରୁ ଚିନ୍ତା ବଢ଼ିଛି।
ଘଟଣାରେ କୌଣସି ବଡ଼ ଧରଣର ଅଘଟଣ ଘଟିନଥିଲେ ମଧ୍ୟ ମହିଳା ଅଳ୍ପକେ ବର୍ତ୍ତିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ଏଭଳି ଦୁର୍ଦ୍ଦିନରେ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଘର ଓ ଆସବାବପତ୍ରର କ୍ଷୟକ୍ଷତି ଆକଳନ କରିବା ସହ ଶୁକୁଟି ଜାନୀଙ୍କ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
