• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଯାଜପୁରବାସୀଙ୍କ ରେଳ ସ୍ୱପ୍ନକୁ ନୂଆ ଆଶା, ଆଗକୁ ବଢ଼ୁଛି ଯାଜପୁର ରୋଡ୍‌-ଧାମରା ରେଳପଥ ପ୍ରକଳ୍ପ

Byodishri Live

Sep 25, 2026

ବରୀ (ଓଡ଼ିଶ୍ରୀ ସମ୍ବାଦ): ଯାଜପୁରବାସୀଙ୍କ ଦୀର୍ଘଦିନର ରେଳ ସ୍ୱପ୍ନକୁ ନେଇ ଆଶା ବଢ଼ିଛି। ଯାଜପୁର କେନ୍ଦୁଝର ରୋଡ୍‌ରୁ ଧାମରା ବନ୍ଦର ପର୍ଯ୍ୟନ୍ତ ପ୍ରସ୍ତାବିତ ନୂଆ ରେଳପଥ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ ହୋଇଥିବା ବେଳେ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ିଛି। ୧୦୧.୨୬ କିଲୋମିଟର ଲମ୍ବା ଏହି ରେଳପଥ ଯାଜପୁର ଓ ଆରଡ଼ି ଦେଇ ଧାମରା ସହ ସଂଯୋଗ ସ୍ଥାପନ କରିବ।

ଏହି ପ୍ରକଳ୍ପ ଦ୍ୱାରା ମା’ ବିରଜା ମନ୍ଦିର, ଆରଡ଼ିର ଆଖଣ୍ଡଳମଣି ମନ୍ଦିର, ଭିତରକନିକା ଓ ଧାମରା ବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ରେଳ ସଂଯୋଗର ସୁଯୋଗ ବଢ଼ିବା ସହ ଅଞ୍ଚଳର ପର୍ଯ୍ୟଟନ, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରକୁ ଲାଭ ମିଳିପାରେ।

ଲୋକସଭାରେ ଫେବ୍ରୁଆରୀ ୨୦୨୬ରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ଯାଜପୁର-ଧାମରା ନୂଆ ରେଳପଥର ସର୍ଭେ ସମ୍ପୂର୍ଣ୍ଣ ହୋଇ ଡିପିଆର୍ ପ୍ରସ୍ତୁତ ହୋଇଥିବା କୁହାଯାଇଥିଲା। ପ୍ରକଳ୍ପର ଅନୁମୋଦନ ପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ପରାମର୍ଶ ଓ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟା ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଥିଲା।

ଏପଟେ ପ୍ରକଳ୍ପର ଅଗ୍ରଗତିକୁ ନେଇ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଯାଜପୁର ସାଂସଦଙ୍କୁ ଧନ୍ୟବାଦ ଜଣାଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ତପନ ନନ୍ଦଙ୍କ ନେତୃତ୍ୱରେ ସାଂସଦଙ୍କ ପ୍ରତିନିଧି କାଳିଙ୍ଗ କେଶରୀ ମହାନ୍ତିଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିବା ସୂଚନା ମିଳିଛି।

ତେବେ ପ୍ରକଳ୍ପର ଚୂଡ଼ାନ୍ତ ଆର୍ଥିକ ଅନୁମୋଦନ ଓ ନିର୍ମାଣ ଆରମ୍ଭ ନେଇ ଆଗାମୀ ପଦକ୍ଷେପ ଉପରେ ଏବେ ଯାଜପୁରବାସୀଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *