• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଲଗାଣ ବର୍ଷାରେ ଭୁଶୁଡ଼ିଲା ଦୋକାନ, ଅଳ୍ପକେ ବର୍ତ୍ତିଲା ଜୀବନ

Byodishri Live

Sep 26, 2026

ଜୟପାଟଣା (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନ ଜୟପାଟଣା ପଞ୍ଚାୟତର ଡେଲିମାର୍କେଟ କମ୍ପ୍ଲେକ୍ସରେ ଲଗାଣ ବର୍ଷା ଯୋଗୁଁ ଏକ ଦୋକାନର ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ଦୋକାନରେ ଥିବା କିଛି ସାମଗ୍ରୀ ନଷ୍ଟ ହୋଇଥିବାବେଳେ ଅଳ୍ପକେ ଏକ ବଡ଼ ଅଘଟଣରୁ ଜୀବନ ବର୍ତ୍ତିଯାଇଛି।

ସୂଚନା ଅନୁଯାୟୀ, ଅନନ୍ତ ମିଶ୍ରଙ୍କ ଦୋକାନ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଘଟଣା ସମୟରେ ଦୋକାନରେ କେହି ଥିଲେ କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଥିବା ଜଣାପଡ଼ିଛି।

ଘଟଣା ପରେ ଡେଲିମାର୍କେଟର ବ୍ୟବସାୟୀମାନଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି। ଲଗାଣ ବର୍ଷା ଯୋଗୁଁ ମାର୍କେଟ କମ୍ପ୍ଲେକ୍ସର ଅନ୍ୟ ଦୋକାନଗୁଡ଼ିକର ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି। ତୁରନ୍ତ ଘଟଣାସ୍ଥଳ ଯାଞ୍ଚ କରି କ୍ଷତିଗ୍ରସ୍ତ କୋଠାର ସ୍ଥିତି ଆକଳନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *