ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତର ହରିଦେଇପୁର ଗ୍ରାମସ୍ଥିତ ହନୁମାନ ମନ୍ଦିରରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ମାଇକ୍ ସେଟ୍ ଲଗାଯାଇଛି।
ହରିଦେଇପୁର ହନୁମାନ ମନ୍ଦିରରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଠାକୁରଙ୍କ ଆଳତି ସହ ଭଜନ ଓ କୀର୍ତ୍ତନ ଆୟୋଜିତ ହୋଇଥାଏ। ତେବେ ମନ୍ଦିରରେ ହେଉଥିବା ଏହି ଧାର୍ମିକ କାର୍ଯ୍ୟକ୍ରମର ଶବ୍ଦ ଗ୍ରାମର ସମସ୍ତ ଅଞ୍ଚଳରେ ପହଞ୍ଚିପାରୁନଥିବାରୁ ମାଇକ୍ ସେଟ୍ ଲଗାଇବାକୁ ଗ୍ରାମବାସୀମାନେ ଦାବି କରିଆସୁଥିଲେ।
ଏ ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ମନ୍ଦିରରେ ମାଇକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହାପରେ ଟ୍ରଷ୍ଟ ପକ୍ଷରୁ ପ୍ରାୟ ୩୦ ହଜାର ଟଙ୍କା ବ୍ୟୟରେ ଏକ ମାଇକ୍ ସେଟ୍ କିଣାଯାଇ ମନ୍ଦିରରେ ଲଗାଯାଇଛି।
ମାଇକ୍ ଲଗାଯିବା ପରେ ମନ୍ଦିରର ଧାର୍ମିକ କାର୍ଯ୍ୟକ୍ରମର ଶବ୍ଦ ଗ୍ରାମର ବିଭିନ୍ନ ଅଞ୍ଚଳରେ ପହଞ୍ଚିପାରିବ ବୋଲି ଗ୍ରାମବାସୀମାନେ କହିଛନ୍ତି। ଏଥିପାଇଁ ସେମାନେ ବିଧାୟକ ହିମାଂଶୁ ଶେଖର ସାହୁ ଓ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
