• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦିଲ୍ଲୀରେ ‘ଫ୍ରେମୱାର୍କ ଫର ହେରିଟେଜ ପ୍ରଡ୍ୟୁସ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ କନ୍ଧମାଳ ଉଦ୍ୟୋଗୀ ଝରଣା ସାହୁ

Byodishri Live

Oct 3, 2026

ଦାରିଙ୍ଗବାଡ଼ି, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ ଝରଣା ସାହୁ ଦିଲ୍ଲୀରେ ଆୟୋଜିତ ‘ଫ୍ରେମୱାର୍କ ଫର ହେରିଟେଜ ପ୍ରଡ୍ୟୁସ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯୋଗଦେଇ କନ୍ଧମାଳ ହଳଦୀର ପାରମ୍ପରିକତା ଓ ବିଶେଷତ୍ୱକୁ ଉପସ୍ଥାପନ କରିଛନ୍ତି।

୩୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ପ୍ରଡ୍ୟୁସର ଗ୍ରୁପର ପ୍ରତିନିଧି ଭାବେ ଝରଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ କନ୍ଧମାଳ ହଳଦୀର ପାରମ୍ପରିକ ଚାଷ, ପ୍ରସ୍ତୁତି, ବ୍ରାଣ୍ଡିଂ ଓ ପ୍ୟାକେଜିଂ ସମ୍ପର୍କରେ ନିଜ ମତ ରଖିଥିଲେ।

କନ୍ଧମାଳ ହଳଦୀ ଜୈବିକ ପଦ୍ଧତିରେ ଚାଷ ହେଉଥିବାରୁ ଏହାର ଗୁଣବତ୍ତାକୁ ଆହୁରି ବୃଦ୍ଧି କରିବା ସହ ଦେଶ ଓ ବିଦେଶର ବଜାରରେ ଏହାକୁ ପହଞ୍ଚାଇବା ଉପରେ ଝରଣା ଗୁରୁତ୍ୱାରୋପ କରିଥିଲେ। କନ୍ଧମାଳ ହଳଦୀର ବିଶେଷତ୍ୱ ଓ ପାରମ୍ପରିକ ଚାଷ ପଦ୍ଧତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ନେଇ ମଧ୍ୟ ସେ ମତ ରଖିଥିଲେ।

କାର୍ଯ୍ୟକ୍ରମରେ କନ୍ଧମାଳ ହଳଦୀର ଗୁଣବତ୍ତା, ପାରମ୍ପରିକତା ଓ ବିଶେଷତ୍ୱକୁ ଉପସ୍ଥାପନ କରି ଝରଣା ଜିଲ୍ଲାର ହଳଦୀ ଚାଷ ଓ ମହିଳା ଉଦ୍ୟୋଗୀଙ୍କ କାର୍ଯ୍ୟକୁ ଜାତୀୟସ୍ତରରେ ପରିଚିତ କରାଇଥିବା କୁହାଯାଇଛି। ଏଥିପାଇଁ ଅଞ୍ଚଳବାସୀ ଓ ହଳଦୀ ଚାଷୀମାନେ ତାଙ୍କୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଏସିଆ ଏବଂ ବ୍ରିହି ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଓରମାସ୍‌ (ଓଡ଼ିଶା ରୁରାଲ ଡେଭଲପମେଣ୍ଟ ସୋସାଇଟି)ର ମାର୍କେଟିଂ ସହାୟତାରେ ଝରଣା ସାହୁ ଦିଲ୍ଲୀ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *