• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

Byodishri Live

Oct 5, 2026

ଫୁଲବାଣୀ, (ଓଡ଼ିଶ୍ରୀ ସମ୍ବାଦ): ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ସାରା ଦେଶରେ ଅହିଂସା ଦିବସ ପାଳନ କରାଯାଉଥିବା ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।

ଏହି ଅବସରରେ ଫୁଲବାଣୀସ୍ଥିତ ସ୍ୱାତୀ ଅନୁଷ୍ଠାନର କାର୍ଯ୍ୟାଳୟରେ ସମ୍ପାଦକ ହରିଶଙ୍କର ରାଉତଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା। ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଅହିଂସା, ଏକତା ଓ ସେବାର ଆଦର୍ଶକୁ ସ୍ମରଣ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ମହାତ୍ମା ଗାନ୍ଧୀ ଅହିଂସା ଓ ଏକତାର ବାର୍ତ୍ତା ଦେଇ ଦେଶବାସୀଙ୍କୁ ଏକତ୍ରିତ କରିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ହିଂସାକୁ ପରିହାର କରିବା ସହ ସେବା ଓ ଭାଇଚାରାର ଭାବନାକୁ ଆଗେଇ ନେବା ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ କର୍ମୀମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଦେଶ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶର ଏକତା ଓ ଶ୍ରେଷ୍ଠତା ବଜାୟ ରଖିବା ପାଇଁ ସମସ୍ତେ ଏକତାର ସହ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।

ଏଥିସହ ନିକଟରେ ସାହସିକତା ପ୍ରଦର୍ଶନ କରି ବହୁ ଜୀବନ ରକ୍ଷା କରିଥିବା କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ଆଶୁ ଆରୋଗ୍ୟ କାମନା କରି ଉପସ୍ଥିତ ସମସ୍ତେ ସାମୂହିକ ପ୍ରାର୍ଥନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *