ବରୀ, (ଓଡ଼ିଶ୍ରୀ ସମ୍ବାଦ): ବରୀ ନିର୍ବାଚନମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ସୋମବାର ହଳଦିବସନ୍ତ ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରୀ ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପିସିସି ପର୍ଯ୍ୟବେକ୍ଷକ ମଞ୍ଜୁଶ୍ରୀ ରାଉତରାୟ ଯୋଗଦେଇଥିଲେ।
ଆସନ୍ତା ୬ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏମ୍ଏମ୍ଡିଆର୍ ୨୦୨୬ ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ, ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, ବନ୍ୟା କ୍ଷୟକ୍ଷତି ପାଇଁ ତୁରନ୍ତ ସହାୟତା ଏବଂ ରନ୍ଧା ଖାଦ୍ୟ ବଣ୍ଟନରେ ଅନିୟମିତତା ଆଦି ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି।
ପିସିସି ପର୍ଯ୍ୟବେକ୍ଷକ ମଞ୍ଜୁଶ୍ରୀ ରାଉତରାୟ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ସହ ବରୀ ନିର୍ବାଚନମଣ୍ଡଳୀରୁ ଅଧିକ ସଂଖ୍ୟକ କର୍ମୀ ଯୋଗଦେବାକୁ ଆହ୍ୱାନ ଦେଇଥିଲେ। କଂଗ୍ରେସ ନେତା ସନତ କୁମାର ଜେନା ମଧ୍ୟ ଆନ୍ଦୋଳନ ପାଇଁ ଜୋନ ଓ ବ୍ଲକ ସଭାପତିମାନଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ।
ବୈଠକରେ ଦେବ ପ୍ରସାଦ ଶତପଥି, ଗୌତମ ଜେନା, ଶରତ ଜେନା, ପ୍ରମୋଦ ମଲ୍ଲିକ, ବିଜୟ ଦାସ, ସୁବାଷ ସେଠୀ, ରଞ୍ଜନ ମଲ୍ଲିକ, ତପନ ଜେନା, ଦୀପକ ସ୍ୱାଇଁ, ଅକ୍ଷୟ ମଲ୍ଲିକ, ଜାଫର ଅଲ୍ଲୀ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଆସନ୍ତା ୮ ତାରିଖରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ବରୀ ଅଞ୍ଚଳରେ କିପରି ସଫଳ କରାଯିବ, ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
