• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦସ୍ତଖତ କରି ବିଦ୍ୟାଳୟ ବାହାରେ ପ୍ରଧାନ ଶିକ୍ଷକ, ତଦନ୍ତ ଦାବି

Byodishri Live

Oct 6, 2026

ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ରାଜକନିକା ବ୍ଲକ ଅନ୍ତର୍ଗତ ଓଲାଭର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ସମୟରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ଉଠିଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଥିବା ସମୟରେ ପ୍ରଧାନ ଶିକ୍ଷକ ନିଗମ ଦାସ ବିଦ୍ୟାଳୟରେ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ଏହି ସମୟରେ ସେ ସ୍ଥାନୀୟ ଓଲାଭର ବଜାରରେ ଥିବା ନେଇ ପ୍ରତିନିଧିଙ୍କ ପକ୍ଷରୁ ଦାବି କରାଯାଇଛି।

ଏଥିସହ ବିଦ୍ୟାଳୟରେ ତାଙ୍କ ଉପସ୍ଥିତି ଓ ଦାୟିତ୍ୱ ପାଳନକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଥିବା ଅଭିଯୋଗ ହୋଇଛି। ସରକାରୀ କର୍ମଚାରୀ ଭାବେ ସେବା ନିୟମ ପାଳନ ନେଇ ମଧ୍ୟ ସାଧାରଣରେ ଆଲୋଚନା ହେଉଛି।

ଘଟଣା ସମ୍ପର୍କରେ ପ୍ରତିନିଧିଙ୍କ ପକ୍ଷରୁ ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିବା କୁହାଯାଇଛି। ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବାରିକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ଜଣାପଡ଼ିଛି।

ତେବେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଉଠିଥିବା ଅଭିଯୋଗର ସତ୍ୟତା ନେଇ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି। ଏଥିସହ ଅଭିଯୋଗ ପ୍ରମାଣିତ ହେଲେ ନିୟମାନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *