• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ପକ୍ଷରୁ ୧୨ରେ ଖୋଲା ମଞ୍ଚ

Byodishri Live

Oct 7, 2026

ବରୀ, (ଓଡ଼ିଶ୍ରୀ ସମ୍ବାଦ): ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ପକ୍ଷରୁ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବରୀ ସମେତ ୯ଟି ବ୍ଲକର ୮୫ଟି ଗ୍ରାମପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳରେ ଗତ ଏକ ମାସ ଧରି ସଚେତନତା ଅଭିଯାନ ଚାଲିଛି। ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ଓ ଧୋୟା ଅଞ୍ଚଳର ଲୋକଙ୍କ ସମସ୍ୟା ନେଇ ଆସନ୍ତା ୧୨ ତାରିଖରେ ଅଜାଣ ଛକରେ ଏକ ଖୋଲା ମଞ୍ଚ ଆୟୋଜନ କରାଯିବ।

ଏହି ଖୋଲା ମଞ୍ଚରେ ଧୋୟା ଅଞ୍ଚଳର ସଚେତନ ନାଗରିକଙ୍କ ସମେତ ବୁଦ୍ଧିଜୀବୀ, ରାଜନେତା, ଲୋକପ୍ରତିନିଧି ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇ ବନ୍ୟା ସମସ୍ୟାର କାରଣ, ପ୍ରଭାବ ଓ ସ୍ଥାୟୀ ସମାଧାନ ନେଇ ଆଲୋଚନା କରିବେ। ଏଥିରେ ଧୋୟା ଅଞ୍ଚଳର ସମସ୍ୟାକୁ ନେଇ ମାନସ ମନ୍ଥନ କରାଯିବ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି।

ଏହାର ପୂର୍ବରୁ ଗତ ଶନିବାର ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବୃହତ ମାନବ ଶୃଙ୍ଖଳା ଆୟୋଜନ କରାଯାଇଥିଲା। ରାମପୁର ନଦୀକୂଳ ତୁଠରୁ ଅଜାଣ ହାଟ ଛକ ପର୍ଯ୍ୟନ୍ତ ଆୟୋଜିତ ଏହି ମାନବ ଶୃଙ୍ଖଳାରେ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇଥିଲେ।

ପଞ୍ଚାୟତ ହାଇସ୍କୁଲ, ରାମପୁରର ପ୍ରଧାନଶିକ୍ଷକ ନିର୍ମଳ ଜେନା ଓ ରବୀନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନବ ଶୃଙ୍ଖଳାରେ ସାମିଲ ହୋଇଥିଲେ। ଆବାହକ ମଣ୍ଡଳୀର ନିମାଇଁ ରାୟ, ଅଶୋକ ସାମଲ, ଦିଲ୍ଲୀପ ଦାସ, କୁଳମଣି ଶୁକ୍ଳ, ପ୍ରଭାସ ଦାସ ଓ ଅଭିରାମ ମଲ୍ଲିକଙ୍କ ସମେତ ଅନିରୁଦ୍ଧ ମଲ୍ଲ, ମାଧବ ଶାନ୍ତି ଓ ମକରଧ୍ୱଜ ସାହୁ ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।

ପ୍ରକାଶଥାଉକି, ଗତ ସେପ୍ଟେମ୍ବର ୧୧ ତାରିଖରୁ ବନ୍ୟାଞ୍ଚଳ ଗଣମୁକ୍ତି ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖର ଖୋଲା ମଞ୍ଚକୁ ସଫଳ କରିବା ପାଇଁ ଧୋୟା ଅଞ୍ଚଳର ବହୁ ସଂଖ୍ୟକ ଲୋକ ଯୋଗଦେବାକୁ ଅଭିଯାନ ପକ୍ଷରୁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *