ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି କଲେ ଉଦ୍ଘାଟନ; ଉପସ୍ଥିତ ରହିଲେ ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀ
ବରୀ, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାରୀ ଗ୍ରାମ ପଞ୍ଚାୟତର ଦଳେଇସାହିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି। ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ଫିତା କାଟି ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ମନ୍ଦାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଧୀରେନ୍ଦ୍ର କୁମାର ଜେନା, ସମିତି ସଭ୍ୟ ଧୀରେନ୍ଦ୍ର କୁମାର ଦାସ, ପ୍ରାକ୍ତନ ସଭ୍ୟ ପ୍ରମୋଦ କୁମାର ଦାସ, ରବୀନ୍ଦ୍ର ଶତପଥୀ, ପ୍ରତାପ ଦାସ, ନାରାୟଣ ଜେନା, ବାନାମ୍ବର ମଲ୍ଲିକ, ବିଚିତ୍ରା ଦଳେଇ, ରତ୍ନଗିରି ବିଜେପି ମଣ୍ଡଳ ସଭାପତି ଓଁ ବ୍ରହ୍ମା, ବଟକୃଷ୍ଣ ଦଳେଇ, ଶିବାନନ୍ଦ ଜେନା, ଅସିଦ ଦାସ, ସୁଲଭ ଜେନା, ଅଜୟ ଦଳେଇ, ସୁଦର୍ଶନ ସାମଲ ଓ ଲାଲ ବିହାରୀ ଦାସଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
