ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ; ଯାନବାହନ ଚଳାଚଳ ପ୍ରଭାବିତ
ମୁରିବାହାଲ, (ଓଡ଼ିଶ୍ରୀ ସମ୍ବାଦ): ଏମ୍ଏମ୍ଡିଆର୍ ଆଇନ, ୨୦୨୬ର ଏସ୍ଆର୍ଆର୍, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏବଂ ରାଜ୍ୟ ସାଂଗଠନିକ ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ହୋଇଥିବା ଏହି ବନ୍ଦର ପ୍ରଭାବ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରେ ଦେଖିବାକୁ ମିଳିଥିଲା।
ମୁରିବାହାଲ ବ୍ଲକ କଂଗ୍ରେସ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା। ଏହାକୁ ସମର୍ଥନ ଜଣାଇ ଅଞ୍ଚଳର ବହୁ ଦୋକାନୀ ନିଜ ନିଜର ଦୋକାନ ବଜାର ବନ୍ଦ ରଖିଥିଲେ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ ଓ କଲେଜ ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।
ବନ୍ଦ ପାଳନ ସମୟରେ କଂଗ୍ରେସ ଓ ସିପିଆଇର ଶତାଧିକ କର୍ମୀ ମୁରିବାହାଲ ସଦରମହକୁମା ସମେତ ହଳଦୀ ଓ ଗୁଡ଼ିଘାଟ ଅଞ୍ଚଳରେ ପିକେଟିଂ କରିଥିଲେ। ଏହି ଆନ୍ଦୋଳନରେ ଯୁବନେତା ଅମିତ ସିଂ ସାଲୁଜା, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ, ପ୍ରଦୀପ ମହାକୁର, ପ୍ରଦୀପ ମାଝୀ, ଯଦୁପତି ଅଗସ୍ତି, ଏସ୍ସି ସେଲ୍ ସଭାପତି ବିଭୀଷଣ ମହାନନ୍ଦ, ଈଶ୍ୱର ଭୋଇ, ଲଖନା ସମିତି ସଭ୍ୟ ଭୀମସେନ ବାଗ, ଜିତେନ୍ଦ୍ର ହାତୀ, ପୂର୍ଣ୍ଣଚନ୍ଦ୍ର ମାଝୀ, ବୁଲୁ କୁମ୍ଭାର, ତେଜରାଜ ଲୁହା, ପୂର୍ଣ୍ଣ ପୁଟେଲ, କମଳ ବୁଡ଼େକ, ଖଡ଼ଗଦ ମହାନନ୍ଦ, ପାର୍ଥ ଭୋଇ, ପୀତବାସ ବେହେରା, ସୁବାସ ବଏ, କୃପା କୁମ୍ଭାର, ସାଗର ଛତ୍ରିଆ, ଦୁର୍ବାସା ସାହୁ, ରାକେଶ ହେର୍ଣ୍ଣା, ବିଷ୍ଣୁ ସାହୁ, ଉତ୍ତମ ମହାନନ୍ଦ, ଭିକି ମହାନନ୍ଦ, ମୋହିତ ସେଟ୍, ମକୁନ୍ଦ ନାଗ, ଦେବେଶ ନାଗ, ମୁରିବାହାଲ ବିକାଶ ମଞ୍ଚ ସଭାପତି ଫାଲ୍ଗୁନି ହାତୀ, ଥବିର ସା, ରବି ବାଗ ଓ ସିପିଆଇ ଜିଲ୍ଲା ସହସମ୍ପାଦକ ପାଣ୍ଡବ ଭୋଇଙ୍କ ସମେତ ଅନେକ କର୍ମୀ ସାମିଲ ହୋଇଥିଲେ।
ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ପୁଲିସ ପ୍ରଶାସନ ଉପସ୍ଥିତ ରହିଥିଲା।
