• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସେବା ସଂକଳ୍ପ ଅଭିଯାନ: ବାଲିପାଟଣାରେ ସେବା ସେତୁ ଶିବିର

Byodishri Live

Oct 9, 2026

ହିତାଧିକାରୀଙ୍କୁ ସହାୟକ ଉପକରଣ ବଣ୍ଟନ, ସାମାଜିକ ସୁରକ୍ଷା ଯୋଜନା ଉପରେ ଆଲୋଚନା

ବାଲିପାଟଣା (ଓଡ଼ିଶ୍ରୀ ସମ୍ବାଦ): ପ୍ରଧାନମନ୍ତ୍ରୀଙ୍କ ଜନ୍ମମାସ ଉପଲକ୍ଷେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ସରକାରୀ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ବାଲିପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି।

ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଶତାଧିକ ଅଞ୍ଚଳବାସୀ ଯୋଗ ଦେଇଥିଲେ। ଏଠାରେ ଶ୍ରମିକ ସୁରକ୍ଷା, ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ଗ୍ରାମୀଣ ଆବାସ ଏବଂ ମହିଳାଙ୍କ ସ୍ୱାବଲମ୍ବନ ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ଅବସରରେ ସମ୍ପୃକ୍ତ ଅଧିକାରୀମାନେ ଶ୍ରମିକ ପଞ୍ଜୀକରଣ ଓ ସୁରକ୍ଷା ସହାୟତା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସୂଚନା ଦେଇଥିଲେ। ଏଥିସହ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା।

ଅନ୍ୟପକ୍ଷରେ, ବାୟୋମେଟ୍ରିକ୍ ସମସ୍ୟା ଯୋଗୁଁ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ହିତାଧିକାରୀଙ୍କୁ ନିଜର ବାୟୋମେଟ୍ରିକ୍ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଅପଡେଟ୍ ପରେ ମଧ୍ୟ ଯଦି କୌଣସି ସମସ୍ୟା ରହେ, ତେବେ ସେମାନେ ସିଧାସଳଖ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିପାରିବେ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *