• Thu. May 14th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପୁତୁରାର ଠେଙ୍ଗା ମାଡ଼ରେ ଖୁଡି ହତ୍ୟା, ଜମି ବିବାଦର ରକ୍ତରଞ୍ଜିତ

Byodishri Live

Apr 20, 2026

କେନ୍ଦୁଝର ଜିଲ୍ଲାରେ ଏକ ଦୁଃଖଦ ଓ ନିର୍ମମ ଘଟଣା ସାମ୍ନାକୁ ଆସିଛି। ପାଟଣା ବ୍ଲକ ରୁଢ଼ିଆପଡା ଖଡିବେଡା ସାହିରେ ଜମିବାଡ଼ି ବିବାଦକୁ ନେଇ ପୁତୁରାଙ୍କ ଠେଙ୍ଗା ମାଡ଼ରେ ଖୁଡିଙ୍କ ଜୀବନ ଚାଲିଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ମୃତକା ହେଲେ କୌଶଲ୍ୟା ମହାନ୍ତ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ପରିବାର ମଧ୍ୟରେ ଜମି ସମ୍ପର୍କିତ ବିବାଦ ଉତ୍ପନ୍ନ ହୋଇଥିଲା। ବିବାଦ କ୍ରମେ ଉତ୍ତେଜନାକର ରୂପ ନେଇଥିବାବେଳେ ପୁତୁରା ବିଦ୍ୟାଧର ମହାନ୍ତ ଠେଙ୍ଗା ଦ୍ୱାରା ଖୁଡି କୌଶଲ୍ୟାଙ୍କୁ ନିର୍ମମଭାବେ ପିଟିଥିବା ଅଭିଯୋଗ ରହିଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାର ଖବର ପାଇ ଘଟଗାଁ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜମିବାଡ଼ି ବିବାଦ ଏହି ହତ୍ୟାକାଣ୍ଡର ପ୍ରମୁଖ କାରଣ ହୋଇଥିବା ଅନୁମାନ କରାଯାଉଛି।

ଏହି ଘଟଣାରେ ଅଭିଯୁକ୍ତ ବିଦ୍ୟାଧର ମହାନ୍ତଙ୍କୁ ପୋଲିସ ଗିରଫ କରିଛନ୍ତି ଏବଂ ତାଙ୍କୁ ପଚାରାଉଚାରା ଚାଲିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ଦେଖାଯାଇଛି।

କେନ୍ଦୁଝର ପାଟଣାରୁ ସୁଶୀଲ ମହାନ୍ତଙ୍କ ରିପୋର୍ଟ

Spread the love

Leave a Reply

Your email address will not be published. Required fields are marked *