• Tue. May 12th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବୌଦ୍ଧରେ ରେଳ ଦୁର୍ଘଟଣା: ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

Byodishri Live

Apr 20, 2026

ବୌଦ୍ଧ ଜିଲ୍ଲାରେ ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ମୃତକ ହେଲେ ବୌଦ୍ଧ ଥାନା ଅନ୍ତର୍ଗତ ଭାଲୁଗାଡ଼ିଆ ଗ୍ରାମର ବିଜୟ ଦଳବେହେରା । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ପସରିଛି

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ ସମୟରେ ବଲାଙ୍ଗୀରରୁ ବୌଦ୍ଧ ହୋଇ ପୁରୁଣାକଟକ ଦିଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଭାଲୁଗାଡ଼ିଆ ଗ୍ରାମ ନିକଟରେ ଦୁର୍ଘଟଣା ଘଟାଇଥିଲା । ସେ ସମୟରେ ବିଜୟ ଦଳବେହେରା କିପରି ଟ୍ରେନ ଟ୍ରାକ ଉପରକୁ ଆସିଥିଲେ, ସେଥିପାଇଁ ସ୍ପଷ୍ଟ କାରଣ ମିଳିନାହିଁ ।

ଟ୍ରେନ ଧକ୍କାରେ ସେ ଗୁରୁତର ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ସାଧାରଣ ଦୁର୍ଘଟଣା ବୋଲି ଧାରଣା କରାଯାଉଥିବା ସତ୍ତ୍ୱେ, ପୋଲିସ କୌଣସି ପ୍ରକାର ଅନ୍ୟ ଦୃଷ୍ଟିକୋଣକୁ ମଧ୍ୟ ଅବହେଳା କରୁନାହିଁ । ବୃଦ୍ଧ ନିଜେ ଅସାବଧାନତାବଶତଃ ଟ୍ରାକ୍‌ ଉପରକୁ ଯାଇଥିଲେ କିମ୍ବା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ସନ୍ଦେହ ଜନ୍ମ ନେଇଛି ।

ଏହାକୁ ନଜରରେ ରଖି ପୋଲିସ ପକ୍ଷରୁ ସାଇନ୍ଟିଫିକ ଟିମକୁ ଡାକାଯିବା ସହ ତଦନ୍ତକୁ ଆଗେଇ ନିଆଯାଉଛି । ତଦନ୍ତ ଶେଷ ପରେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟତା ଆସିବ ବୋଲି ପୋଲିସ ସୂଚନା ଦେଇଛି ।

ଏହି ଘଟଣା ପରେ ଭାଲୁଗାଡ଼ିଆ ଗ୍ରାମରେ ଶୋକମୟ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ଦୁଃଖ ପ୍ରକାଶ କରିବା ସହ ରେଳପଥ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

Place: ବୌଦ୍ଧ
Reporter: ଜିତେନ୍ଦ୍ର ବେହେରା

Spread the love

Leave a Reply

Your email address will not be published. Required fields are marked *