• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବଡ଼ଚଣାରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ ‘ସୁରଭି–୨୦୨୬’ ଅନୁଷ୍ଠିତ

Byodishri Live

Oct 11, 2026

ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବୈରୀ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ବରୁଣିଆସ୍ଥିତ ହରିଶଙ୍କର ବିଦ୍ୟାମନ୍ଦିରଠାରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ ‘ସୁରଭି–୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ୧୪ଟି ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ୧୭୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଉଦ୍‌ଘାଟନୀ ସଭାରେ ଯାଜପୁର ରୋଡ୍‌ ପୋଲିସ ଉପଖଣ୍ଡ ଅଧିକାରୀ ଶରତ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ଦକ୍ଷତା ପ୍ରଦର୍ଶନ ସେମାନଙ୍କ ଭବିଷ୍ୟତ ନିର୍ମାଣର ପ୍ରାରମ୍ଭିକ ସଙ୍କେତ ବୋଲି ସେ କହିଥିଲେ। ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ‘ସୁରଭି’ ଏକ ଉତ୍ତମ ମାଧ୍ୟମ ବୋଲି ସେ ମତ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମରବର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ ବେଣୁଧର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷା ଏକ ଜୀବନବ୍ୟାପୀ ସାଧନା ଏବଂ ଜୀବନର ପ୍ରଥମ ବିଫଳତା ଭବିଷ୍ୟତର ସଫଳତା ପାଇଁ ପଥ ଦେଖାଇଥାଏ ବୋଲି ସେ କହିଥିଲେ। ଜୀବନରେ କେବଳ ବଡ଼ ମଣିଷ ନୁହେଁ, ଜଣେ ଭଲ ମଣିଷ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିଜ୍ଞାନ ରଞ୍ଜନ ସାମଲ ‘ସୁରଭି’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବଡ଼ଚଣା ଓଷ୍ଟାର ସମ୍ପାଦକ ସତ୍ୟବାଦୀ ପଣ୍ଡା ସଭା ପରିଚାଳନା କରିଥିଲେ।

ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଡ. ସୁଧୀର ଚନ୍ଦ୍ର ସାମଲ, ଦୟାନିଧି ସାମଲ, ରାଜେନ୍ଦ୍ର ନାରାୟଣ ରାୟ, ରଜନୀକାନ୍ତ ପୃଷ୍ଟି, ରଞ୍ଜିତ କୁମାର ଦାସ, ଲକ୍ଷ୍ମୀପ୍ରିୟା ନନ୍ଦ, ଲକ୍ଷ୍ମୀଧର ରାଉତ, କାଳନ୍ଦୀ ଚରଣ ବିଶ୍ୱାଳ ଓ ଅନିଲ ଜେନା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।

ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ସିଦ୍ଧଗିରି ଆଶ୍ରମର ସନ୍ଥ ବିଶ୍ୱନାଥ ଦାସ ମହାରାଜ ମୁଖ୍ୟ ଅତିଥି ଏବଂ ବୈରୀ ଥାନା ଅଧିକାରୀ ରଣଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ପରବର୍ତ୍ତୀ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ପରିଚାଳନାରେ ଅଜୟ ଭୂଷଣ ପଣ୍ଡା, ସଂଗ୍ରାମ ମହାନ୍ତି, ତରୁଣକାନ୍ତି ବାରିକ, ରଶ୍ମିତା ସାହୁ, ସଂଘମିତ୍ରା ସାମଲ, ବରଦା ପ୍ରସନ୍ନ ଶତପଥୀ, ରତ୍ନାକର ପ୍ରଧାନ, କ୍ଷେତ୍ରମୋହନ ଷଡ଼ଙ୍ଗୀ, ସୌରଭ ମହାନ୍ତି ଓ ପାର୍ଥ ଦୀପାୟନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବରଦା ପ୍ରସନ୍ନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *