• Fri. Jul 17th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କରଞ୍ଜିଆ ଓ ଯଶିପୁର ଅବକାରୀ ବିଭାଗର ଚଢ଼ାଉ

Byodishri Live

Jun 4, 2026


Place: କରଞ୍ଜିଆ / ଯଶିପୁର
Reporter: ସୁଶୀଲ ମହାନ୍ତ, ମୟୂରଭଞ୍ଜ
For: ଓଡିଶ୍ରୀ ମିଡିଆ

କରଞ୍ଜିଆ ଓ ଯଶିପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ କରାଯାଇଛି ।

ଏହି ଚଢ଼ାଉ ସଲାରାପଦା, ଗିଦ୍ଧିବାସ, ଟାଟ ଓ କରଞ୍ଜିଆ ତେଲିସାହି ଅଞ୍ଚଳରେ କରାଯାଇଥିଲା । ଚଢ଼ାଉ ସମୟରେ ମଲ୍ଲାରପଦା ଗ୍ରାମର ଉମାକାନ୍ତ ମହାନ୍ତଙ୍କ ଠାରୁ ୪୦ ଲିଟର, ଗିଦ୍ଧିବାସର ଅନାମ ହେମ୍ବ୍ରମଙ୍କ ଠାରୁ ୪୦ ଲିଟର, ଟାଟ ଗ୍ରାମର ଗାଙ୍ଗସାଗର ଗଣ୍ଡଙ୍କ ଠାରୁ ୩୦ ଲିଟର ମହୁଲି ମଦ ଏବଂ କରଞ୍ଜିଆ ତେଲିସାହି ୱାର୍ଡ ନଂ-୧୨ର ଅନନ୍ତ ସାହୁଙ୍କ ଠାରୁ ୩ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା ।

ଜବତ ମଦକୁ ଅଦାଲତକୁ ପଠାଯାଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ଇନ୍ସପେକ୍ଟର ଜୟନ୍ତୀ ଆଚାର୍ଯ୍ୟ, ଡିସି ରଶ୍ମି ରଞ୍ଜନ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ସମ୍ମିଳିତ ଥିଲେ ।

ସେହିପରି ଯଶିପୁର ଥାନା ଅନ୍ତର୍ଗତ ମାଛକାନ୍ଦଣା ଗ୍ରାମ ନିକଟସ୍ଥ ପାହାଡ଼ ପାର୍ଶ୍ୱରେ Excise ଓ ପୋଲିସର ମିଳିତ ଚଢ଼ାଉରେ ୪୭୦୦ କେଜି ମହୁଲ ପୋଚ ଓ ୩୦୦ ଲିଟର ମହୁଲି ମଦ ଜବତ କରାଯାଇ ନଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଇନ୍ସପେକ୍ଟର ଜୟନ୍ତୀ ଆଚାର୍ଯ୍ୟ ।

Spread the love

Leave a Reply

Your email address will not be published. Required fields are marked *