ପାଟଣା ବ୍ଲକ ଇତିହାସ ରେ ଗୌରବମୟ ସ୍କୃତି ଯୋଡୁଛନ୍ତି ବ୍ଲକ ମୁଖ୍ୟାଳୟ ବଡ ପାଟଣା ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିନତୀ ବାନରା ।ସରପଞ୍ଚ ହେଲା ପରେ ପଞ୍ଚାୟତ ବାସୀ ଙ୍କୁ ସେବା କୁ ନିଷ୍ଠାପର ଓ ଆନ୍ତରିକତା ର ସହ ପ୍ରାଥମିକତା ଦେଇ ବେଶ୍ ପ୍ରଶଂସା ସାଉଁଟିଛନ୍ତି ।ନିକଟ ରେ ନୂଆଦିଲ୍ଲୀ ର ଇଣ୍ଡିଆନ ସ୍କୁଲ ଅଫ ଡେମୋ କ୍ରେସିପକ୍ଷ ରୁ ଅନୁଷ୍ଠିତ ସି-ରିପ୍ରେଜେଣ୍ଟସ 2026 ଶୀର୍ଷକ କର୍ମଶାଳା ପାଇଁ ଓଡିଶା ର 4 ଜଣ ସରପଞ୍ଚ ଙ୍କୁ କର୍ମଶାଳା ରୁ ଡାକରା ଆସିଥିବା ବେଳେ ଶ୍ରୀମତୀ ବାନରା ଦିଲ୍ଲୀ ରେ ପହଞ୍ଚିଛନ୍ତି। ଦିଲ୍ଲୀ ରେ ଆଜି ଏହି କର୍ମଶାଳା ତାଙ୍କ ନାମ ମଧ୍ୟ ପଞ୍ଜିକରଣ କରି କର୍ମଶାଳା ରେ ଅଶ ଅଂଶଗ୍ରହଣ କରିଥିବା ସୂଚନା ଦେଇଛନ୍ତି। କେଵଳ ମହିଳା ସଶକ୍ତି କରଣ ନୂହେଁ ସେଵା ଓ ସମର୍ପଣ ଭାବନା ଆଜି କ୍ଷେତ୍ର ରେ ତାଙ୍କର ପାରଦର୍ଶିତା ନିଜ ପଞ୍ଚାୟତ ପାଇଁ ଗୌରବ ଆଣିଥିବାରୁ ପଞ୍ଚାୟତ ର ବୁଦ୍ଧିଜୀବୀ ମାନେ ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉତ୍ତରାତ୍ତ ର ଉନ୍ନତି କାମନା କରିଛନ୍ତି। କେନ୍ଦୁଝର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ସୁଶୀଲ ମହାନ୍ତ ଙ୍କ ରିପୋର୍ଟ ଓଡ଼ିଶ୍ରୀ
