• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧରଣୀଧର ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିଜୟ ଶୋଭାଯାତ୍ରା

Byodishri Live

Oct 17, 2026

ହ୍ୟୁମାନିଟିଜ୍‌ ସୋସାଇଟି ସମ୍ପାଦକ ଭାବେ ଶୁଭମ ବାରିକ ବିଜୟୀ

କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି। ଏହି କ୍ରମରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ହ୍ୟୁମାନିଟିଜ୍‌ ସୋସାଇଟି ସମ୍ପାଦକ ପଦବିରେ ଛାତ୍ର କଂଗ୍ରେସ (ଏନ୍‌ଏସ୍‌ୟୁଆଇ) ପ୍ରାର୍ଥୀ ଶୁଭମ ବାରିକ ବିଜୟୀ ହୋଇଛନ୍ତି। ତାଙ୍କ ବିଜୟ ପରେ ଛାତ୍ର କଂଗ୍ରେସ ପକ୍ଷରୁ ବିଜୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା କଂଗ୍ରେସ ଭବନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ଛାତ୍ର କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ।

ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ ଶୁଭମ ରାଜ ଏଭିବିପି ଓ ବିଜେପି ନେତାଙ୍କ ବିରୋଧରେ ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନରେ ପ୍ରଭାବ ପକାଇବା ନେଇ ଅଭିଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଅର୍ଥ, ଖାଦ୍ୟ ଓ ମଦ ଦେବା ସହ ଧମକ ଦିଆଯାଇଥିବା ସେ ଦାବି କରିଥିଲେ। ଏଥିସହ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜେପି ନେତା ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୋଟ୍‌ ଚୋରି ହୋଇଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ବିଜୟ ଶୋଭାଯାତ୍ରାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପିସିସି ସମ୍ପାଦକ ଐତିହଦିବ୍ୟ ସିଂହ, କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତଙ୍କ ସମେତ ସନତ ପାଢ଼ୀ, ଆନନ୍ଦ ମାଝୀ, ଅମିତ କୁମାର ରାଉତ, ବ୍ୟାସଦେବ ବେହେରା, ମାନସ ବେହେରା, ସଂଗ୍ରାମ ବେହେରା, ପ୍ରଭାତ କୁମାର ସାହୁ, ରାମେଶ୍ୱର ନାଗରି, ହୁମାଂଶୁ କୁମାର, ସୌମ୍ୟରଞ୍ଜନ ପଲେଇ, ସୌମ୍ୟ ସଚିନ ମିଶ୍ର, ଆକାଶ କୁମାର ମହାନ୍ତ, ରତିକାନ୍ତ ପଢ଼ିଆରୀ, ପ୍ରେମ କୁମାର ନାଗରୀ, ରୁପେଶ କୁମାର ମହାନ୍ତ, ସାରିକା ଦାଉଦ ଖାନ, ଚନ୍ଦନ ମହାରଣା ଓ ସତ୍ୟଜିତ ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *