• Wed. Nov 4th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପତୋରା ଡ୍ୟାମ, ଯୋଗେଶ୍ୱର ମନ୍ଦିର ଓ ଗୋଧସ ଜଳପ୍ରପାତ ପରିଦର୍ଶନ କଲେ ଜିଲ୍ଲାପାଳ

Byodishri Live

Oct 18, 2026

ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା, ପର୍ଯ୍ୟଟନ ବିକାଶ ଓ ଜଳସେଚନ ପ୍ରକଳ୍ପର ଅଗ୍ରଗତି ଉପରେ ଗୁରୁତ୍ୱ

ନୂଆପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ନୂଆପଡ଼ା ଜିଲ୍ଲାର ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀର ବିକାଶ ସହ ଜଳସେଚନ ଭିତ୍ତିଭୂମିର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ। ସେ ଯୋଗେଶ୍ୱର ମନ୍ଦିର, ଗୋଧସ ଜଳପ୍ରପାତ ଓ ପତୋରା ଡ୍ୟାମ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ସମୀକ୍ଷା କରିଥିଲେ।

ପ୍ରଥମେ ଜିଲ୍ଲାପାଳ ଯୋଗେଶ୍ୱର ମନ୍ଦିର ପରିଦର୍ଶନ କରି ମନ୍ଦିର ପରିସରରେ ନିର୍ମାଣାଧୀନ ଭୋଗ ମଣ୍ଡପ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ନୂଆପଡ଼ା ବିଡିଓ ରୋହିତ ଭୋଇ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଓ ଅନ୍ୟ କର୍ମଚାରୀଙ୍କ ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ମନ୍ଦିର ପରିସରର ଅବଶିଷ୍ଟ ଅଞ୍ଚଳରେ ପେଭର ବ୍ଲକ୍ ବିଛାଇବା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଜିଲ୍ଲାପାଳ ଗୋଧସ ଜଳପ୍ରପାତ ପରିଦର୍ଶନ କରିଥିଲେ। ଏଠାରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁ ଉପସ୍ଥିତ ଥିଲେ। ଜଳପ୍ରପାତ ଅଞ୍ଚଳର ପରିବେଶ ସୁରକ୍ଷା, ପର୍ଯ୍ୟଟନର ସମ୍ଭାବନା ଏବଂ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ଆନୁଷଙ୍ଗିକ ସୁବିଧାର ବିକାଶ ନେଇ ଆଲୋଚନା ହୋଇଥିଲା।

ଏହାପରେ ଜିଲ୍ଲାପାଳ ପତୋରା ଡ୍ୟାମ ପରିଦର୍ଶନ କରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ସମୟରେ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି, ଚାଲୁ ରହିଥିବା କାର୍ଯ୍ୟ ଓ ଏହାର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଅଧିକାରୀମାନଙ୍କଠାରୁ ସବିଶେଷ ତଥ୍ୟ ନେଇଥିଲେ।

ଜିଲ୍ଲାର ଧାର୍ମିକ ସ୍ଥଳୀ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ପରିବେଶ ସୁରକ୍ଷା ଏବଂ ଜଳସେଚନ ଭିତ୍ତିଭୂମିର ଉନ୍ନତିକରଣକୁ ଗୁରୁତ୍ୱ ଦେଇ ଚାଲୁ ରହିଥିବା କାର୍ଯ୍ୟଗୁଡ଼ିକୁ ସମୟୋଚିତ ଭାବେ ସମ୍ପୂର୍ଣ୍ଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *