• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଲୋକବନ୍ଧୁ ସଂଗ୍ରାମୀ ଜଗନ୍ନାଥ କରଙ୍କ ୧୨୨ତମ ଜୟନ୍ତୀ ସମାରୋହ ପାଳିତ

Byodishri Live

Oct 18, 2026

ମାହାଙ୍ଗା, (ଓଡ଼ିଶ୍ରୀ ସମ୍ବାଦ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଗାନ୍ଧୀବାଦୀ ନେତା ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଲୋକବନ୍ଧୁ ଜଗନ୍ନାଥ କରଙ୍କ ୧୨୨ତମ ଜୟନ୍ତୀ ସମାରୋହ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମୂଳବସନ୍ତସ୍ଥିତ ବାଗ୍ମୀ ବିଶ୍ୱନାଥ ବିଦ୍ୟାନିକେତନ ପରିସରରେ ପାଳିତ ହୋଇଯାଇଛି।

ସାହିତ୍ୟିକ ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସଂଗ୍ରାମୀ ଜଗନ୍ନାଥ କରଙ୍କ ତ୍ୟାଗପୂତ ଜୀବନ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।

ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଜଗନ୍ନାଥ କର ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସମାଜ ସଂସ୍କାର କାର୍ଯ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ମହତ୍‌ ଅବଦାନ ଓ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ସେ ଆଜି ମଧ୍ୟ ସମସ୍ତଙ୍କ ନିକଟରେ ସ୍ମରଣୀୟ ହୋଇ ରହିଛନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଏହି ସମାରୋହରେ ଶିକ୍ଷାବିତ୍‌ କୈଳାଶ ଚନ୍ଦ୍ର ବଳବନ୍ତରାୟ, ସାହିତ୍ୟିକ ଡକ୍ଟର ଅଖିଳେଶ ମହାନ୍ତି, ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ, ସାମାଜିକ କର୍ମୀ ରାମଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ନାଏବ ସରପଞ୍ଚ ବଟକୃଷ୍ଣ ଦାଶ, ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା, ପୂର୍ବତନ ପ୍ରଧାନଶିକ୍ଷକ ବିନୋଦ ବିହାରୀ ମିଶ୍ର, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ସାରସ୍ୱତ ସଂଗଠକ ଉପେନ୍ଦ୍ରନାଥ ରଣା, ଶିକ୍ଷାବିତ୍‌ ବିଜୟ କୁମାର ନାୟକ, ଯୁବ ସଂଗଠକ ଅଜିତ କୁମାର ମହାନ୍ତି, ସଂଗଠକ ଶୁଭେନ୍ଦୁ ସାମଲ, ସାମ୍ବାଦିକ ଅଶୋକ କୁମାର ଦାଶ, ସଂଗଠକ ଅରୁଣ କୁମାର ଲେଙ୍କା, ଚିତ୍ତରଞ୍ଜନ ସିଂ, ସନ୍ତୋଷ କୁମାର ନାୟକ, ସୌମେନ୍ଦ୍ର କର, ନିହାର ରଞ୍ଜନ ବିଶ୍ୱାଳ, ସଲିଳ କୁମାର ଦାସ, ପ୍ରଦୀପ୍ତ ନାୟକ, ସନ୍ତୋଷ କର ଓ ହରିହର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ କରଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମକୁ ଧ୍ରୁବାନନ୍ଦ କର, ମନୋଜ କୁମାର ସେଠୀ, ପବିତ୍ର ମଲ୍ଲିକ, ମେଘୁ ଚରଣ ଘଡ଼େଇ, ସୁବାସ ଚନ୍ଦ୍ର ସାହୁ, ରତିକାନ୍ତ କର ଓ ଦେବେନ୍ଦ୍ର କୁମାର ଗୋଛାୟତ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *