• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପ୍ରୟାସ ପକ୍ଷରୁ ୧୩ତମ ନବରାତ୍ରୀ ଦାଣ୍ଡିଆ ମହୋତ୍ସବ ଆୟୋଜିତ

Byodishri Live

Oct 19, 2026

ଭୁବନେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ଜଗତଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ୧୩ତମ ନବରାତ୍ରୀ ଦାଣ୍ଡିଆ ମହୋତ୍ସବ ଆୟୋଜନ କରାଯାଇଛି। ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅକ୍ଟୋବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଏହି ମହୋତ୍ସବ ଆୟୋଜିତ ହୋଇଛି।

ସାଂସ୍କୃତିକ ବିବିଧତା ଓ ପାରିବାରିକ ପରିବେଶକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି ମହୋତ୍ସବ ପାଇଁ ପ୍ରାୟ ୮୭ ହଜାର ବର୍ଗଫୁଟ ଅଞ୍ଚଳରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଥିରେ ୪ ହଜାର ବର୍ଗଫୁଟର ମଞ୍ଚ, ୨୦ ହଜାର ବର୍ଗଫୁଟର ଦାଣ୍ଡିଆ ଫ୍ଲୋର୍‌, ଆଧୁନିକ ଏଲ୍‌ଇଡି ଆଲୋକ ସଜ୍ଜା, ଲାଇଭ୍‌ ବ୍ୟାଣ୍ଡ ଏବଂ ନୃତ୍ୟଶିଳ୍ପୀଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚର ବ୍ୟବସ୍ଥା ରହିଥିଲା।

ମହୋତ୍ସବରେ ବିଭିନ୍ନ ଖାଦ୍ୟ ସଂସ୍ଥା ପକ୍ଷରୁ ନିରାମିଷ ଖାଦ୍ୟ ଉପଲବ୍ଧ କରାଯାଇଥିଲା। ପ୍ରତିଦିନ ଶ୍ରେଷ୍ଠ ଦାଣ୍ଡିଆ ନୃତ୍ୟଶିଳ୍ପୀ, ଶ୍ରେଷ୍ଠ ଯୋଡ଼ି ଓ ଶ୍ରେଷ୍ଠ ପୋଷାକ ପରିଧାନକାରୀଙ୍କୁ ପୁରସ୍କୃତ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା।

ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୧୩ ବର୍ଷ ଧରି ଏହି ମହୋତ୍ସବ ମାଧ୍ୟମରେ ସାଂସ୍କୃତିକ ପରମ୍ପରା ଓ ଭାରତୀୟ ନୃତ୍ୟକଳାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସରକାରୀ ନିୟମାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମହୋତ୍ସବ ପରିସରରେ ମାଦକଦ୍ରବ୍ୟ, ସିଗାରେଟ୍‌ ଓ ଆମିଷ ଖାଦ୍ୟକୁ ନିଷେଧ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରୟାସ ଅନୁଷ୍ଠାନର ସଦସ୍ୟ ସୁରେଶ କୁମାର ପନ୍ଥୀ, ଜୟନ୍ତ ମହାନ୍ତି, କୌସ୍ତୁଭ ଦାସ, କମଳ ମହାନ୍ତି, ଜସ୍ମିନ୍‌ ମହାନ୍ତି, ସୋନାଲୀ ପ୍ରିୟଦର୍ଶିନୀ, ଶିବାଜୀ ମହାନ୍ତି, ମମତା ମହାନ୍ତି, ସୂର୍ଯ୍ୟ ନାରାୟଣ ମହାନ୍ତି, କୌଶିକ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡିତ୍ରା ଓ ବୃନ୍ଦାବନ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *